Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଜ୍ରିୱାଲଙ୍କୁ ସିବିଆଇର ସମନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ ଜାରି କରିଛି। ତାଙ୍କୁ ପଚରାଉଚରା ପାଇଁ ନୋଟିସ ଜାରି କରିଛି ସିବିଆଇ। ସିବିଆଇ ତାଙ୍କୁ ରବିବାର ୧୬ ଏପ୍ରିଲ ସକାଳ ୧୧ ଟାରେ ହାଜର ହେବାକୁ ଡାକିଛନ୍ତି। ସିବିଆଇ ତାଙ୍କୁ ନୂଆ ମଦ ନୀତି ମାମଲାରେ ପଚରାଉଚରା କରିବାକୁ ଚାହୁଁଛି ବୋଲି ସୂଚନା ମିଳିଛି। ସିବିଆଇ ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସିବିଆଇରୁ ଡାକରା ପରେ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଟ୍ୱିଟ୍ କରି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଅତ୍ୟାଚାର ନିଶ୍ଚିତ ଭାବେ ଶେଷ ହେବ। ସିବିଆଇ ଦ୍ୱାରା ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇବା ନେଇ ମୁଁ ଏକ ସାମ୍ବାଦିକ ସମ୍ମିଳନୀ କରିବି ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ