Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତିକ୍‌ ବ୍ରଦର୍ସ ହତ୍ୟାକାଣ୍ଡ; ୟୁପି‌ରେ ୧୪୪ ଧାରା ଜାରି, ଇଣ୍ଟରନେଟ ସେବା ବନ୍ଦ

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଦୁଇ ଗ୍ୟାଙ୍ଗଷ୍ଟର ବ୍ରଦର୍ସ ଅତିକ ଅହମ୍ମଦ ଓ ଅସରଫ ଅହମ୍ମଦ ଙ୍କୁ ଗୁଳି କରି ଗତକାଲି ହତ୍ୟା କରାଯାଇଛି। କିଛି ଦୁର୍ବୁତ୍ତ ଏ ହତ୍ୟାକାଣ୍ଡ ଭିଆଇଛନ୍ତି। ସୂଚନା ଅନୁଯାୟୀ ପୋଲିସ ଓ ଗଣମାଧ୍ୟମ ଉପସ୍ଥିତିରେ ଏ ହତ୍ୟାକାଣ୍ଡ ଘଟିଛି। ୩ ଜଣ ଦୃର୍ବୁତ୍ତ ସାମ୍ବାଦିକ ବେଶରେ ଆସି ଦୁଇ ଭାଇଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ରାତି ସାଢେ ୧୦ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ସମ୍ପୃକ୍ତ ଦୃର୍ବୁତ୍ତଙ୍କୁ ଗିରଫ କରାଯାଇଛି। ହତ୍ୟା ପଛର ରହସ୍ୟ ଜାଣିବା ଲାଗି ସମ୍ପୃକ୍ତ ୩ଜଣ ହତ୍ୟାକାରୀଙ୍କୁ ପଚରାଉଚରା ଚାଲିଛି। ତେବେ ସେମାନେ କେବଳ ଏହି ୨ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରିବାକୁ ଆସିଥିବା କହିଛନ୍ତି ।

ତେବେ ଏହି ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩ ଜଣିଆ ବିଚାର ବିଭାଗୟୀ କମିଶନ ମଧ୍ୟ ଗଠନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସେହିପରି ୟୁପିର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରକାଶ ଥାଉ କି ଗତ ୧୩ ତାରିଖରେ ଅତିକର ପୁଅକୁ ଏନକାଉଣ୍ଟର କରି ହତ୍ୟା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ