Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାୱାର କଟ୍‌ ହେଉନି; ପାୱାର ଲାଇନ୍‌ ଟ୍ରିପ୍‌ ହେଉଛି; ପ୍ରତାପ ଦେବ

ଭୁବନେଶ୍ୱର: ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ଓଡିଶା ସରକାର ଘୋଷଣା କରିବା ସତ୍ତ୍ବେ ପ୍ରବଳ ତାତି ମଧ୍ୟରେ ବିଦ୍ୟୁତ ଯୋଗାଣରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହେଉଛି।

ଯଦିଓ ଏବେ ବର୍ଷା ପ୍ରଭାବରୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ତେବେ ଅନେକ ଅଞ୍ଚଳରେ ତାପମାତ୍ରା ଅଧିକ ରହିଥିବାରୁ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ କାଟ ଲୋକଙ୍କ ସମସ୍ୟା ଆହୁରି ବଢାଇ ଦେଇଛି। ତେବେ ବାରମ୍ବାର ବିଦ୍ୟୁତ ସରବରାହ ବନ୍ଦ ହେବା ନେଇ ଅନେକ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରୁ ଅଭିଯୋଗ ଆସିଛି।

ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ସେ ବିଦ୍ୟୁତ କାଟ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି ରାଜ୍ୟରେ ପାୱାର କଟ ହେଉନି ବରଂ ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ୍‌ ହେଉଛି। “ବିଦ୍ୟୁତ ଯୋଗାଣର କୌଣସି ଅଭାବ ହେବ ନାହିଁ। ଓଭରଲୋଡିଂ ହେତୁ ବିଦ୍ୟୁତ୍ ଯୋଗାଣ ହ୍ରାସ ପାଉଛି ବୋଲି ସେ କହିଛନ୍ତି।