Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅକ୍ଷୟ ତୃତୀୟାରେ ବିକ୍ରି ହେଲା ୧୫୦ କୋଟିର ସୁନା

ଭୁବନେଶ୍ବର: ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ୧୫୦ କୋଟିର ସୁନା ବେପାର ହୋଇଛି। ବିଭିନ୍ନ ଅଳଙ୍କାର ଉପରେ ଲୋଭନୀୟ ଅଫର୍‌ ଗ୍ରାହକଙ୍କୁ ଆକର୍ଷିତ କରିଥିଲା। ‌ସୁନା ଦୋକାନରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। କେବଳ ରାଜଧାନୀରେ ନୁହେଁ ପୁରା ରାଜ୍ୟରେ ବିପୁଳ ପରିମାଣରେ ସୁନା ବିକ୍ରି ହୋଇଛି। ଆଗକୁ ବିବାହ ଋତୁ ଆସୁଥିବାରୁ ସୁନା ଦୋକାନରେ ପ୍ରବଳ ଭିଡ ଜମୁଛି।

ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ୧୫-୨୦ ପ୍ରତିଶତ ଅଧିକ ସୁନା ବିକ୍ରି ହୋଇଥିବା ଆକଳନ କରାଯାଉଛି। ଗତବର୍ଷ ୧୨୦ କୋଟିରୁ ଅଧିକ ସୁନା ବେପାର ହୋଇଥିଲା। ଗତବର୍ଷ ତୁଳନାରେ ଏ ବର୍ଷ ଅଧିକ ସୁନା ବିକ୍ରି ହୋଇଥିବା ଜଣାଯାଇଛି।

ଗତବର୍ଷ ୧୦ ଗ୍ରାମ ସୁନା ଦର ୪୭,୧୦୦ ଥିବା ବେଳେ ଚଳିତ ବର୍ଷ ୧୦ ଗ୍ରାମ ସୁନା ଦର ରହିଛି ୫୫,୭୦୦। ତଥାପି ବହୁମାତ୍ରାରେ ଲୋକ ସୁନା କିଣିଛନ୍ତି। ବିଶେଷ କରି ସୁନା ମୁଦି, ଚୁଡି, ଚେନ୍‌, କାନଫୁଲ ମଙ୍ଗଳସୂତ୍ରର ଚାହିଦା ଅଧିକ ରହିଥିବା ଜଣାପଡ଼ିଛି।