Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ ନିର୍ବାଚନ; ପ୍ରଚାର ବେଳେ ଦୋସା ବନାଇଲେ ପ୍ରିୟଙ୍କା

ମହୀଶୂର: କର୍ଣ୍ଣାଟକ ନିର୍ବାଚନ ଲାଗି ସବୁ ଦଳ ତତ୍ପରତା ଦେଖାଉଛନ୍ତି। ନିର୍ବାଚନ ଲାଗି ବଳ କଷୁଛନ୍ତି ପ୍ରମୁଖ ଦଳ। କର୍ଣ୍ଣାଟକ ନିର୍ବାଚନ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ମହୀଶୂରରେ ପ୍ରଚାର କରୁଛନ୍ତି ପ୍ରିୟଙ୍କା। ପ୍ରଚାର ସମୟରେ ସେଠାରେ ଏକ ହୋଟେଲରେ ପ୍ରିୟଙ୍କା ଦୋସା ବନଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ଚର୍ଚ୍ଚା ପରିସରଭୁକ୍ତ ହୋଇଛନ୍ତି ପ୍ରିୟଙ୍କା।

ମହୀଶୂରର ଏହି ହୋଟେଲ ସବୁଠାରୁ ପୁରୁଣା ବୋଲି ସୂଚନା ମିଳିଛି । ଦୋସା ପ୍ରସ୍ତୁତି ପରେ ହୋଟେଲ ମାଲିକ ଓ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇଥିଲେ ପ୍ରିୟଙ୍କା । ଏହା ସହ ସମସ୍ତଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ