Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପନିର୍ବାଚନ; ଦୀପାଳିଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଜମୁଛି ପ୍ରଚାର। ବଳ କଷୁଛନ୍ତି ତିନି ପ୍ରମୁଖ ଦଳ। ତେବେ ଏହି ପ୍ରଚାର ପ୍ରସାରରେ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ତେବେ ଦୀପାଳିଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚ

ନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଏକ ନମ୍ବରରେ ଅଛନ୍ତି ନବୀନ। ତେବେ ଏହି ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ କେଉଁ ଦିନ ଝାରସୁଗୁଡ଼ାରେ ପ୍ରଚାର କରିବେ ସେନେଇ ଏଯାଏ ନିଷ୍ପତ୍ତି ହୋଇନାହିଁ।

ଆସନ୍ତା ମେ’ ୮ ତାରିଖରେ ପ୍ରଚାରର ଶେଷ ତାରିଖ। ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ। ୧୩ରେ ପ୍ରକାଶ ପାଇବ ଫଳ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ କେବଳ ଗୋଟିଏ ଦିନ ପାଇଁ ପ୍ରଚାର କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ