ସମ୍ବଲପୁର:କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସମ୍ବଲପୁର ସଙ୍କୁଳ ସ୍ତରୀୟ ରାଷ୍ଟ୍ରୀୟ ଏକତା ପର୍ବ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ରମିକ ୧ ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଯାଇଛି I କେନ୍ଦ୍ରୀୟ ବିଦ୍ୟାଳୟ ବନ୍ଧମୁଣ୍ଡା, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କୁତ୍ରା, ଏମ୍ ସି ଏଲ୍ ଜଗନ୍ନାଥ, ଏମ୍ ସି ଏଲ୍ ସୁଭଦ୍ରା, ରାଉରକେଲା, ସମ୍ବଲପୁର କ୍ରମିକ ୧, ସମ୍ବଲପୁର କ୍ରମିକ ୨ ଏବଂ ସୁନ୍ଦରଗଡ଼ ରୁ ବିଭିନ୍ନ କାର୍ଯ୍ୟକ୍ରମ ରେ ସମୁଦାୟ ୩୨୧ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଟି. ଏସ୍. କୁମାର, ଆଇ. ଏଫ୍. ଏସ୍ (ଆର.ସି.ସି.ଏଫ୍) ଯୋଗ ଦେଇଥିଲେ । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ରଣରଞ୍ଜୟ ସିଂ ମୁଖ୍ୟ ଅତିଥି ତଥା ବିଚାରକ ମଣ୍ଡଳୀ, ସମସ୍ତ ପ୍ରତିଯୋଗୀ ଓ ଅନ୍ୟ ବିଦ୍ୟାଳୟ ର ଶିକ୍ଷକ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ବିଦ୍ୟାର୍ଥୀ ମାନଙ୍କ ହୃଦୟରେ ଏହି କାର୍ଯ୍ୟକ୍ରମ ଭାରତୀୟ ଜାତୀୟ ତାବୋଧର ବିକାଶ ନିମନ୍ତେ ଏହା ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରି ପାରିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ଟି. ଏସ୍. କୁମାର ସମସ୍ତ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଉପାଧ୍ୟକ୍ଷ ଶ୍ରୀ ବଲରାମ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ର ପ୍ରଥମ ଦିନ ରେ ସମୂହ ସଙ୍ଗୀତ, ସମୂହ ନୃତ୍ୟ, ଏକକ ଶାସ୍ତ୍ରୀୟ ତଥା ଲୋକ ନୃତ୍ୟ ଏବଂ ସଙ୍ଗୀତ, ଦୃଶ୍ୟମାନ କଳା, ଅଭିନୟ ଆଦି ୯ ଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଦୀପାଳୀ ଚୌଧୁରୀ, ସର୍ବଶ୍ରୀ ରଞ୍ଜିତ ସାହୁ, ଲକ୍ଷ୍ମଣ ରାଉତ, ସଞ୍ଜୟ ସାହୁ, ଗୋପାଳ କୃଷ୍ଣ ଦାସ, କେଦାର ନାୟକ, ସୂର୍ଯ୍ୟ ପ୍ରକଶ ଗୁରୁ, ରତନ ପୁଝାରୀ, ଶଙ୍କର ପ୍ରଧାନ ପ୍ରମୁଖ ବିଚାରକ ମଣ୍ଡଳୀ ର ଦାୟିତ୍ୱ ନିର୍ବାହ କରିଥିଲେ । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ କମଳ ଲୋଚନ ଦେହୁରୀ, ସୁଧାଂଶୁ ନାଏକ, ଚକ୍ରଧର ଦେହୁରୀ, ଧର୍ମେନ୍ଦ୍ର କୁମାର ମୀନା, ସୁବ୍ରତ ବାରିକ୍, ସୁଦାମ ଭୋଇ, କେ.ଏଲ୍ ୟାଦବ, ନରେନ୍ଦ୍ର ପାଲ୍ ସିଂ ଓ ଅନ୍ୟ ଶିକ୍ଷକ – ଶିକ୍ଷୟିତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜିତ ହୋଇଥିଲା।ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଚାରକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ କରାଯାଇଥିଲା।ଇଂରାଜୀ ଅଧ୍ୟାପକ ତଥା ସି.ସି.ଏ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହୁ ଏବଂ ବିଦ୍ୟାଳୟର ଛାତ୍ର-ଛାତ୍ରୀ ଆଦ୍ୟାନ୍ତ ଦୀକ୍ଷିତ୍, ଆଦ୍ୟାଶା ପଣ୍ଡା, ଶ୍ରବଣ ନନ୍ଦ, ଶ୍ରେୟାଂସୀ ଛୁରିଆ ପ୍ରମୁଖ ମଞ୍ଚ ସଞ୍ଚାଳନ କରିଥିଲେ।