ପୁଣି ବଢିଲା ସୁନା ଦର; ୬୧ ହଜାର ଟପିଲା


ଭୁବନେଶ୍ବର: ରେକର୍ଡ କଲା ସୁନା ଦର।  ପୁଣି ବଢିଲା ସୁନା ଦର । ୧୦ ଗ୍ରାମର ସୁନାର ପୂର୍ବ ଦର ପରିବର୍ତ୍ତନ ହୋଇ ଆଜି ୬୧ ହଜାର ୫୦୦ ଟଙ୍କାରେ ପହଞ୍ଚିଛି । ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର। ଆଗକୁ ବିବାହ ଋତୁ ଆସୁଥିବାରୁ ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଗ୍ରାହକ। ସୁନା ଓ ରୂପାର ମୂଲ୍ୟ କ୍ରମାଗତ ଭାବେ ଅସ୍ଥିର ରହି ଆସୁଛି ।

ଏହା ପୂର୍ବରୁ ବୁଧବାର ଦିନ ସୁନା ଦର ଭରି ପିଛା ୬୧ ହଜାର ଟପିଥିଲା। ଆଉ ଏବେ ୨୪ କ୍ୟାରେଟ୍ ସୁନାର ଦାମ୍‌ ୬୦୦ ରୁ ଅଧିକ ଟଙ୍କା ବଢି ୬୧ ହଜାର ୫୦୦ ଟଙ୍କାରେ ପହଞ୍ଚିଛି । ଆଗକୁ ମଧ୍ୟ ସୁନା ଦର ଆହୁରି ବଢିପାରେ ବୋଲି ଆଶା କରାଯାଉଛି ।