ଭୁବନେଶ୍ବର: ରାଜ୍ୟରେ ବିସ୍ତାର ହେବ ‘ଆମ ବସ୍’ ନେଟଓ୍ବର୍କ । ଅନ୍ୟ ୮ଟି ସହରରେ ଗଡ଼ିବ ଆମ ବସ୍ । ଏନେଇ ନିଷ୍ପତ୍ତି ନେଇଛି କ୍ରୁଟ୍ । ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଓ ରାୟଗଡ଼ା ଭଳି ୮ଟି ସହରରେ ଆମ ବସ୍ ଚଳାଚଳ କରିବ । ଯାତ୍ରୀଙ୍କ ଉତ୍ତମ ସେବା ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯିବ । ସେହିଭଳି ପ୍ରତ୍ୟେକ ସହରରେ ଡିଜିଟାଲ୍ ପାସ୍ ବ୍ୟବସ୍ଥା ରହିବ ।
ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ଼ଙ୍କୁ ମିଳିବ ସ୍ୱୀକୃତି ଓ ସମ୍ମାନ । ଦୁର୍ଘଟଣା ଅଧିକ ବଢୁଥିବାରୁ ବସଗୁଡିକର ଗତି ନିର୍ଦ୍ଧାରିତ ହୋଇଛି । ସହର ରୁଟରେ ଇ-ବସ୍ ଘଣ୍ଟାପ୍ରତି ୩୫ କି.ମି. ଓ ଡିଜେଲ ବସ୍ ଘଣ୍ଟାପ୍ରତି ୪୦ କି.ମି., ଆନ୍ତଃନଗର ରାଜପଥରେ ଡିଜେଲ ବସର ହାରାହାରି ବେଗ ଘଣ୍ଟାପ୍ରତି ୫୦ କି.ମି. ସ୍ଥିର କରାଯାଇଛି ।