Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏହି ୧୨ ଦେଶର ନାଗରିକଙ୍କୁ ଆମେରିକାରେ ମିଳିବନି ଏଣ୍ଟ୍ରି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି, ଯାହା ଅନୁଯାୟୀ ସେ ୧୨ଟି ଦେଶର ନାଗରିକମାନେ ଆମେରିକାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏହା ସହିତ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ ପ୍ରତିବନ୍ଧକ ଲଗାଯାଇଛି। ଆମେରିକାର ଜାତୀୟ ସୁରକ୍ଷା ପ୍ରତି ଚିନ୍ତା ପ୍ରକାଶ କରି ଟ୍ରମ୍ପ ଏହି ପଦକ୍ଷେପ ନେଇଛନ୍ତି।

ରିପୋର୍ଟ ଅନୁଯାୟୀ, ଯେଉଁ ୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶରୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ସେମାନଙ୍କ ମଧ୍ୟରେ ଆଫଗାନିସ୍ତାନ, ମିଆଁମାର, ଚାଡ୍, କଙ୍ଗୋ, ଇକ୍ୱାଟୋରିଆଲ୍ ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ ଅନ୍ତର୍ଭୁକ୍ତ। ଏହି ଦେଶର ନାଗରିକମାନେ ଆଉ ଆମେରିକା ପ୍ରବେଶ କରିପାରିବେ ନାହିଁ। ଏହି ପ୍ରତିବନ୍ଧକ ସୋମବାର ଦିନ ୧୨:୦୧ ରୁ କାର୍ଯ୍ୟକାରୀ ହେବ। ଏହା ବ୍ୟତୀତ ଟ୍ରମ୍ପ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ନିଷେଧାଦେଶ ଲଗାଇଛନ୍ତି। ଏଥିରେ ବୁରୁଣ୍ଡି, କ୍ୟୁବା, ଲାଓସ୍, ସିଏରା ଲିଓନ୍, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ। ଏହି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଏବେ ବିଶେଷ ସର୍ତ୍ତ ଏବଂ କଠୋର ତଦନ୍ତ ଲାଗୁ ହେବ।

ଟ୍ରମ୍ପ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଆମେରିକାର ଜାତୀୟ ସୁରକ୍ଷା ଏବଂ ମୋ ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ମୋତେ ଏହି ପଦକ୍ଷେପ ନେବାକୁ ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ