Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IPLର ପ୍ଲେ ଅଫରେ ପହଞ୍ଚିବାରେ ପ୍ରଥମ ଦଳ ହେବ ଚେନ୍ନାଇ ? କେକେଆର ଉପରେ ବିପଦର ବାଦଲ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ୬୧ତମ ମୁକାବିଲା ଆଜି ସନ୍ଧ୍ୟାରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ସିଏସକେ ଏବଂ କେକେଆର ପାଇଁ ଏହି ମ୍ୟାଚ୍ ଗୁରୁତ୍ଵପୂର୍ଣ୍ଣ ରହିଛି। ଲିଗ୍ ପର‌୍ୟ୍ୟାୟରେ ଚେନ୍ନାଇର ନିଜ ଘରୋଇ ପଡ଼ିଆରେ ଏହା ଶେଷ ମ୍ୟାଚ୍। ଯଦି ଆଜି ଧୋନୀ ବିଗ୍ରେଡ୍ କେକେଆରକୁ ହରାଇବାରେ ସଫଳ ହୁଏ ତେବେ ଆଇପିଏଲ୍ ୨୦୨୩ର ପ୍ଲେ ଅଫରେ ପହଞ୍ଚିବାରେ ପ୍ରଥମ ଦଳ ହେବ। ଅନ୍ୟପଟେ ପରାଜୟ ସହ କେକେଆର ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। କେକେଆରର ପ୍ଲେ ଅଫରେ ପହଞ୍ଚିବାର ସମ୍ଭାବନା ବହୁତ କ୍ଷୀଣ। କାରଣ ଦଳ ୧୦ ପଏଣ୍ଟରେ ଥିବା ବେଳେ ହାତରେ ମାତ୍ର ୨ଟି ମ୍ୟାଚ୍ ରହିଛି। ଦୁଇଟି ଜିତିଲେ ଦଳ ୧୪ ପଏଣ୍ଟରେ ପହଞ୍ଚି ପାରିବ।

ଚେନ୍ନାଇ ୧୨ଟି ମ୍ୟଚରୁ ୭ ବିଜୟ ସହ ୧୫ ପଏଣ୍ଟ ପାଇ ତାଲିକାର ଦ୍ଵିତୀୟ ସ୍ଥାନରେ ରହିଛି। ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ ବର୍ଷା କାରଣରୁ ବାତିଲ୍ ହେବାରୁ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଥିଲା। ଆଜିର ମ୍ୟାଚ୍ ଜିତିଲେ ସିଏସକେ ଖାତାରେ ୧୭ ପଏଣ୍ଟ ହୋଇଯିବ। ଚେନ୍ନାଇ ବ୍ୟତୀତ ଗୁଜରାଟ୍ ଟାଇଟନ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ତିନି ଦଳ ହିଁ ନିଜର ସମସ୍ତ ମ୍ୟାଚ୍ ଜିତି ୧୭ କିମ୍ବା ସେଥିରୁ ଅଧିକ ପଏଣ୍ଟ ହାସଲ କରି ପାରିବେ। ଦୌଡରେ ଏମିତି କୌଣସି ପଞ୍ଚମ ଦଳ ନ ରହିବା କାରଣରୁ ସିଏସକେ ବିଜୟ ସହିତ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିବ।

ଅନ୍ୟ ଦଳର ସମୀକରଣ ଉପରେ ନଜର ପକାଇଲେ ରାଜସ୍ଥାନ ରୟାଲ୍ସ ସମେତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ଏମିତି ତିନି ଦଳ ଅଛନ୍ତି, ଯେଉଁମାନେ ସର୍ବାଧିକ ୧୬ ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପହଞ୍ଚିବାର ଆଶା ଉଜ୍ଜୀବିତ ରଖିଛନ୍ତି। ଅନ୍ୟପଟେ କେକେଆର ବ୍ୟତୀତ ହାଇଦ୍ରାବାଦର ମଧ୍ୟ ନକଆଉଟରେ ପହଞ୍ଚିବାର ଆଶା ବହୁତ କମ। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦଳ ଭାବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ