କୋହିନୂର ହୀରା କାହାର? ବ୍ରିଟେନ୍ ଟିଭି ଚ୍ୟାନେଲରେ କୋହିନୂର ହୀରାକୁ ନେଇ ବିତର୍କ


ନୂଆଦିଲ୍ଲୀ: କୋହିନୂର ହୀରା ଭାରତର ନା ବ୍ରିଟେନର? ଏହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ବ୍ରିଟେନ୍ ଟିଭି ଚ୍ୟାନେଲରେ କୋହିନୂର ହୀରାକୁ ନେଇ ନୂତନ ବିତର୍କ ଆରମ୍ଭ ହୋଇଥିଲା। ବ୍ରିଟେନର ଏକ ନ୍ୟୁଜ୍ ଚାନେଲରେ କୋହିନୂର ହୀରାକୁ ନେଇ ବିତର୍କ ଚାଲିଥିଲା ବେଳେ ଜଣେ ଭାରତୀୟ ମୂଳ ସାମ୍ବାଦିକ କୋହିନୂରକୁ ଭାରତର ବୋଲି ଯୁକ୍ତି ବାଢିଥିବା ଦେଖିବାକୁ ମିଳିଛି । ଏହାସହ ଏହାକୁ ଭାରତ ଫେରାଇ ଆଣିବାକୁ ଯୁକ୍ତି କରିଥିଲେ।

ସାମ୍ବାଦିକ ଜଣକ ହେଲେ ଭାରତୀୟ ବଂଶେଦ୍ଭବ ନରିନ୍ଦର କୌର। କୌର କହିଛନ୍ତି ଯେ କୋହିନୂର ଭାରତର ଏବଂ ଏହାକୁ ଭାରତକୁ ଫେରାଇ ଦିଆଯାଉ। କେବଳ ସେତିକି ନୁହେଁ ଏବେ କୋହିନୂର ହୀରାକୁ ଭାରତକୁ ଫେରାଇ ଦେବା ଉଚିତ୍ ବୋଲି ଡିବେଟରେ ଜବରଦସ୍ତ ବିତର୍କ କରିଥିବା ଦେଖିବାକୁ ମିଳିଛି ।

ସେପଟେ ଭାରତ ସରକାର ମଧ୍ୟ କୋହିନୂର ହୀରାକୁ ଭାରତ ଫେରାଇ ଆଣିବା ପାଇଁ ଏର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ବ୍ରିଟେନ୍, ଭାରତରେ ରାଜୁତି କଲାବେଳେ କୋହିନୂର ହୀରା ସମେତ ଅନ୍ୟାନ୍ନ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଇ ବ୍ରିଟେନ ସଂଗ୍ରାହଳୟରେ ରଖିଛନ୍ତି । ଯାହାକୁ ଭାରତ ଫେରାଇ ଆଣିବା ପାଇଁ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଖୁବଶୀଘ୍ର ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି ।