Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାରେ ମିଳିବନି ଭାରତୀୟଙ୍କୁ ଚାକିରି!

ୱାଶିଂଟନ: ୱାଶିଂଟନରେ ଅନୁଷ୍ଠିତ ଏକ ଏଆଇ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗ ଦେଇଥିଲେ। ସେ ଆମେରିକୀୟ ଟେକ୍ କମ୍ପାନୀଗୁଡ଼ିକ ଅର୍ଥାତ୍ ଗୁଗୁଲ୍, ମାଇକ୍ରୋସଫ୍ଟ, ଆପଲ୍ ଏବଂ ମେଟା ଭଳି ବଡ଼ କମ୍ପାନୀ ଗୁଡିକରେ ଉଚ୍ଚ ପ୍ରଶିକ୍ଷିତ ଭାରତୀୟ ଓ ଚୀନର ନାଗରିକ ମାନଙ୍କୁ ନିଯୁକ୍ତି ନ ଦେବା ପାଇଁ ଘୋଷଣା କରିଛନ୍ତି।

ଏସବୁ ମଧ୍ୟରେ ଆଶ୍ଚର୍ଯ୍ୟର କଥା ହେଉଛି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ସମେତ ଅନେକ ବଡ଼ ଟେକ୍ କମ୍ପାନୀରେ ବରିଷ୍ଠ ପଦବୀରେ ଭାରତୀୟମାନେ ରହିଥିବା ବେଳେ ଭାରତୀୟ ବିଶେଷଜ୍ଞମାନେ ଆମେରିକାର ଅନେକ ବଡ ବଡ କମ୍ପାନୀ ମାନଙ୍କରେ ଅଛନ୍ତି। ତେବେ ଟ୍ରମ୍ପଙ୍କ ଏହି ବୟାନ ପରେ ଏ ଚ – ୧ ବି ଭିସା ଦ୍ଵାରା ଆମେରିକାରେ କାମ କରୁଥିବା ଲକ୍ଷ ଲକ୍ଷ ଭାରତୀୟ ଙ୍କ ପାଇଁ ଏହା ଅତ୍ୟନ୍ତ ଦୁଃଖର ବିଷୟ ପାଲଟିବା ସହ ସେମାନଙ୍କ ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।

ପ୍ରତିବର୍ଷ ଭାରତରୁ ହଜାର ହଜାର ଯୁବକ ଆମେରିକୀୟ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇଥାନ୍ତି। ଯଦି ଟ୍ରମ୍ପଙ୍କ ଏହି ନୀତି କାର୍ଯ୍ୟକାରୀ ହୁଏ, ତେବେ ଏହାର ସିଧାସଳଖ ପ୍ରଭାବ କଲେଜ ପ୍ଲେସମେଣ୍ଟରୁ ଆରମ୍ଭ କରି ଅଭିଜ୍ଞ ବୃତ୍ତିଗତ ସମସ୍ତଙ୍କ ଉପରେ ପଡ଼ିବ। ଭାରତୀୟ ଟେକ୍ ଶିଳ୍ପ ବିଶେଷକରି ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପୁଣେ ଭଳି ସହରର ପ୍ରତିଷ୍ଠିତ ବଡ଼ କମ୍ପାନୀଗୁଡ଼ିକ ଆମେରିକୀୟ ଆଉଟସୋର୍ସିଂ ଉପରେ ନିର୍ଭରଶୀଳ ଅଟନ୍ତି। ଫଳରେ ଯଦି ଆମେରିକୀୟ କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କର କାର୍ଯ୍ୟ କମ କରି ନିଯୁକ୍ତି ବନ୍ଦ କରନ୍ତି ତେବେ ଏହା ଭାରତର ଆଇଟି ଅର୍ଥନୀତିରେ ଅନେକ ବିପଦ ସୃଷ୍ଟି କରିବ।

ଅପରପକ୍ଷରେ ଟ୍ରମ୍ପଙ୍କ ଏହି ବକ୍ତବ୍ୟ ଦ୍ଵାରା ଆମେରିକୀୟ ଟେକ୍ କମ୍ପାନୀଗୁଡ଼ିକ ବର୍ତ୍ତମାନ୍ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି କାରଣ ସେମାନ ଆମେରିକୀୟ ରାଜନୈତିକ ଚାପର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଏହି କମ୍ପାନୀଗୁଡ଼ିକ ନିଜ ବିଜନେସକୁ ବଢ଼ାଇବାରେ ହେଉ କିମ୍ବା ଏହାକୁ ନୂତନ ଭାବେ ଗଢି ତୋଳିବାରେ ହେଉ କିମ୍ବା ବିସ୍ତାର କରିବା ହେଉ ଏଥିରେ ଭାରତୀୟ ଇଞ୍ଜିନିୟର ଏବଂ ଡେଭଲପରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି। ତେବେ ଏପରି ପରିସ୍ଥିତିରେ କମ୍ପାନୀଗୁଡ଼ିକ ସେମାନଙ୍କର ରଣନୀତି ପରିବର୍ତ୍ତନ କରିବେ କି ଟ୍ରମ୍ପଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇବେ – ଏହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ