Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବେ ମଧ୍ୟ ସମସ୍ତଙ୍କ ମନରୁ ଲିଭିନାହିଁ। ତେବେ ସେହି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କୁ ମାରିବା ପାଇଁ ଭାରତୀୟ ସେନା ସମସ୍ତ ପ୍ରକାରର ଚେଷ୍ଟା ଚଲେଇ ଆସୁଛି।

ସୁରକ୍ଷା ବାହିନୀ ପୁଞ୍ଚ ଅନ୍ତର୍ଗତ କାସଲିଆନରେ ନିୟନ୍ତ୍ରଣ ରେଖା ନିକଟରେ ବୁଧବାର ଦିନ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିବା ସହ ଏହି ଅପରେସନର ନାମ ଶିବଶକ୍ତି ରଖା ଯାଇଥିଲା। ଏହାକୁ ନେଇ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ନିଜର ସରକାରୀ X ଆକାଉଣ୍ଟରେ ଲେଖିଛନ୍ତି ଯେ ଗୁଇନ୍ଦା ୟୁନିଟ୍ ଏବଂ ଜମ୍ମୁ ଏବଂ କାଶ୍ମୀର ପୋଲିସଠାରୁ ମିଳିଥିବା ସୂଚନାକୁ ଅନୁସରଣ କରି ସୀମା ରେଖା ପାର କରି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀଙ୍କୁ ଭାରତୀୟ ସେନା ହତ୍ୟା କରିଛି। ସେହି ଆତଙ୍କବାଦୀଙ୍କଠାରୁ ତିନୋଟି ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।

ତେବେ ବୁଧବାର ଦିନ ଅଧିକାରୀମାନେ କହିଛନ୍ତି ଯେ ଜମ୍ମୁ ଏବଂ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀ ମାନଙ୍କର ଏକ ଗୋଷ୍ଠୀକୁ ସେନା କର୍ମଚାରୀମାନେ ଅଟକାଇବା ପରେ ସେଠାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।ସୈନିକମାନେ ମଙ୍ଗଳବାର ବିଳମ୍ବିତ ରାତିରେ ହିଁ ସତର୍କତାର ସହ ଦେଗୱାର ସେକ୍ଟରର ମାଲଦିଭେଲାନ ଅଞ୍ଚଳରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ଗତିବିଧି ଦେଖିଥିଲେ। ଯାହା ପରେ ଗୁଳିଚାଳନା ଆରମ୍ଭ ହୋଇଥିଲା।

ଏହା ପୂର୍ବରୁ ରବିବାର ଦିନ ସେନା ଶ୍ରୀନଗରରେ ଅପରେସନ ମହାଦେବ ଆରମ୍ଭ କରିଥିଲା ଯେଉଁଥିରେ ସୁରକ୍ଷା ବାହିନୀ ଦାଚିଗାମରେ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମାରିଥିଲେ। ଯେଉଁମାନଙ୍କ ନାମ ସୁଲେମାନ ଶାହ, ଜିବ୍ରାନ ଏବଂ ଆବୁ ହମଜା ଆଫଗାନି ଥିବା ଜଣା ପଡ଼ିଛି। ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ସୁଲେମାନ ଓରଫ ସୁଲେମାନି ଓରଫ ହାସିମ ମୁସା ଏବଂ ତାଙ୍କର ଦୁଇ ସହଯୋଗୀ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ଦୁଇ ଦିନ ପୂର୍ବରୁ ଅପରେସନ ମହାଦେବ ଆରମ୍ଭ କରିଥିଲା। ଯାହା ସୋମବାର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ