Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିତ୍ୟକ୍ତ ଅବସ୍ଥାରେ ବିଶ୍ରାମାଗାର, ବସ୍‌କୁ ଅପେକ୍ଷା କରିବା ପାଇଁ ଗଛ ହିଁ ଏକା ସାହା ଭରସା

ବାଲିଗୁଡା, ତା, ୩୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଆଉ ତାକୁ ସଫଳ କରିବା ପାଇଁ ଜିଲା ଓ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଏମିତି ଏକ ପଞ୍ଚାୟତ ରହିଛି ଯାହାକି ବ୍ଲକ ଅଞ୍ଚଳର ମୁଖ୍ୟ ଛକ ଭାବେ ଜଣାଶୁଣା କିନ୍ତୁ ଏଠି ପଞ୍ଚାୟତବାସୀଙ୍କ ଗୁହାରି କେହି ଶୁଣିବାକୁ ନାହିଁ।
ପ୍ରକାଶ ଯେ, ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳର ଦୁର୍ଗମ ଗ୍ରାମରୁ ଲୋକ ଆସି ବସ୍‌କୁ ଅପେକ୍ଷା କରୁଛନ୍ତି ଯେଉଁଠି ଯାତ୍ରୀମାନେ ଅପେକ୍ଷା କରନ୍ତି। ସେହି ସ୍ଥାନରେ ବିଶ୍ରାମାଗାର ନାହିଁ ଫଳରେ ଗୋଟିଏ ଗଛମୂଳରେ ଲୋକମାନେ ରାସ୍ତାକଡ଼ରେ ଯାଇଥିବା ଡ୍ରେନ୍‌ ଉପରେ ପଡ଼ିଥିବା ସିମେଣ୍ଟ ଚଟାଣ ଉପରେ ବସି ବସ୍‌କୁ ଅପେକ୍ଷା କରୁଛନ୍ତି। ଉକ୍ତ ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ବାଡ଼ାବାଙ୍ଗା ଆସି ସେଠାରୁ ଦାରିଙ୍ଗବାଡ଼ି, ବାଲିଗୁଡ଼ା, ସିମନବାଡ଼ି, ରାଇକିଆ, ଫୁଲବାଣୀ, ଭୁବନେଶ୍ୱର, ବ୍ରହ୍ମପୁର ଆଦି ଅଞ୍ଚଳକୁ ଯାତାୟାତ କରନ୍ତି। ଯେଉଁ ଗଛମୂଳରେ ଅପେକ୍ଷା କରନ୍ତି ସେଠାରେ ବସିଲେ ଯାତ୍ରୀବାହୀ ବସ୍‌, ଅଟୋ ଆଦି ଆସିଲେ ଦୃଶ୍ୟମାନ ହେଉଛି। ଉକ୍ତ ଗଛଟି ତିନିଛକ ଉପରେ ରହିଥିବାରୁ ୩ ପଟେ ଗାଡ଼ିମୋଟର ଚଳାଚଳ ବେଳେ ଗାଡ଼ିକୁ ଅପେକ୍ଷା କରିଥିବା ଯାତ୍ରୀମାନେ ଜାଣିପାରନ୍ତି। ତେଣୁ ବର୍ଷା, ଖରା, ଶୀତ ଦିନରେ ବାଧ୍ୟ ହୋଇ ଖୋଲା ଆକାଶ ତଳେ ଗାଡ଼ିକୁ ଅପେକ୍ଷା କରିଥାନ୍ତି ଯାତ୍ରୀ।ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତ ପକ୍ଷରୁ ଏକ ଯାତ୍ରୀ ବିଶ୍ରାମାଗାର ଗୃହ ନିର୍ମାଣ କରାଯାଇଛି କିନ୍ତୁ ଛକଠାରୁ ଟିକିଏ ଦୂର ଓ ଗୋଟିଏ କୋଣରେ ନିର୍ମାଣ କରାଯାଇଛି। ତା’ର ରକ୍ଷଣାବେକ୍ଷଣ ଅଭାବରୁ ତାହା ପରିତ୍ୟକ୍ତ ଅବସ୍ଥାରେ ରହିଛି ଫଳରେ ସେଠାକୁ ଯାତ୍ରୀମାନେ ଗାଡ଼ିକୁ ଅପେକ୍ଷା କରିବାକୁ ଅମଙ୍ଗ ହେଉଥିବା ଯାତ୍ରୀ ଗାମଓ୍ବାଡିକମ୍ବା ଗ୍ରାମର ଅଞ୍ଜିତ ନାୟକ,ଅଶ୍ୱିନ ପରିଚ୍ଛା ଏବଂ ନରେନ୍ଦ୍ର ପ୍ରଧାନ ପ୍ରମୁଖ କହିଛନ୍ତି । ଏହି ଗଛମୂଳରେ ଏକ ବିଶ୍ରାମାଗାର ସହ ଗୋଷ୍ଠୀ ଶୌଚାଳୟ କରାଗଲେ ଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ