Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦିଙ୍କୁ ସମ୍ମାନିତ କଲେ ସାଂସଦ, ଅପରେସନ ସିନ୍ଦୂର…

ନୂଆଦିଲ୍ଲୀ: ସଂସଦ ଭବନରେ ବିଜେପି ନେତୃତ୍ୱରେ ଏନଡିଏ ସଂସଦୀୟ ଦଳର ବୈଠକ ଆରମ୍ଭ ହୋଇସାରିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ। ତେବେ ମୋଦିଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମାଲ୍ୟାର୍ପଣରେ ସ୍ଵାଗତ କରିବା ସହ ସାଂସଦମାନେ ‘ହର ହର ମହାଦେବ’ ଏବଂ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ। ଅପରେସନ ସିନ୍ଦୂର ଏବଂ ଅପରେସନ ମହାଦେବର ସଫଳତା ନେଇ ପ୍ରଶଂସା ମଧ୍ୟ କରିଥିଲେ।

ତେବେ ବୈଠକରେ ଏହି ଦୁଇଟି ଅପରେସନର ସଫଳତାକୁ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ସଂସଦରେ ମହିଳାମାନଙ୍କୁ ସମ୍ମାନ ପ୍ରଦାନ କରି ସେମାନଙ୍କୁ ଆଗ ଧାଡିରେ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବୈଠକ ଦୀର୍ଘ ସମୟ ପରେ ହେଉଅଛି ଖାସ କରି ସଂସଦର ଅଧିବେଶନରେ ଅଚଳାବସ୍ଥା ପରେ ଏହା ପ୍ରଥମ ବୈଠକ।

ମୋଦୀ ତାଙ୍କ ବିରୋଧୀଙ୍କ ରଣନୀତି ଉପରେ ମଧ୍ୟ ଆଲୋଚନା କରିବା ନେଇ ଆକଳନ କରାଯାଉଛି। ଭାରତର ଉପରାଷ୍ଟ୍ରପତି ପଦ ପାଇଁ ଅଗଷ୍ଟ ୭ରୁ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ହେବା ନେଇ ଆଶଙ୍କା କରାଯାଉଛି। ଅଗଷ୍ଟ ୨୧ ସୁଦ୍ଧା ନିଜର ପ୍ରାର୍ଥୀ ଘୋଷଣା କରିବାକୁ ବିଜେପିକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସେହି ଦିନ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିବା ନେଇ ସୂତ୍ରରୁ ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ