Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଲେ ଅସୀମ ମୁନିର

ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ଭାରତ ଉପରେ ପରମାଣୁ ଆକ୍ରମଣ ନେଇ ଧମକ ଦେଇଛନ୍ତି। ସେ କହିଛନ୍ତି ଯଦି ଇସଲାମାବାଦ ଅନୁଭବ କରେ ଯେ ଭାରତ ଏହା ପ୍ରତି କୌଣସି ବିପଦ ସୃଷ୍ଟି କରିବ ତେବେ ସେ ନିଜ ସହ ଅଧାବିଶ୍ବକୁ ସମାପ୍ତ କରିଦେବ।

ପ୍ରଥମ ଥର ପାଇଁ କୌଣସି ଦେଶର ସେନା ମୁଖ୍ୟ ଆମେରିକାକୁ ତୃତୀୟ ଦେଶ ବିରୁଦ୍ଧରେ ପରମାଣୁ ଧମକ ଦେଉଥିବାର ନଜର ଆସଛନ୍ତି। ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଟାମ୍ପାରେ ବ୍ୟବସାୟୀ ଅଦନାନ ଅସଦଙ୍କ ବ୍ଲାକ୍-ଟାଇ ରାତ୍ରୀଭୋଜନରେ ଏହା କହୁଥିବା ସୂତ୍ରରୁ ଜଣାପଡ଼ିଛି।ଭାରତ ସହିତ ହୋଇଥିବା ଚାରି ଦିନର ସଂଘର୍ଷ ପରେ ଦୁଇ ମାସ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଆମେରିକା ଗସ୍ତ ଅଟେ।ତେବେ ସେ ଏହି ଧମକ ସିନ୍ଧୁ ନଦୀର ନିୟନ୍ତ୍ରଣକୁ ନେଇ ଦେଉଥିବା ଦୃଶ୍ୟମାନ ହେଉଛି।

ଆହୁରି ସେ କହିଛନ୍ତି ଯେ ଯଦି ଭାରତ ବନ୍ଧ ନିର୍ମାଣ କରେ ତେବେ ଆମେ ୧୦ଟି କ୍ଷେପଣାସ୍ତ୍ର ଆକ୍ରମଣ କରି ଏହାକୁ ନଷ୍ଟ କରିଦେବୁ। ସିନ୍ଧୁ ନଦୀ ଭାରତର ସମ୍ପତ୍ତି ନୁହେଁ ଓ ଏହା ଉପରେ ଅଧିକାର ଜମାଇବା ଉଚିତ୍ ନୁହେଁ ବୋଲି ମଧ୍ୟ କୁହାଯାଇଛି। ଦ୍ୱିତୀୟ ଥର ପାଇଁ ୱାଶିଂଟନ ଗସ୍ତ କରି ମୁନିର ଆମେରିକାର ଶୀର୍ଷ ରାଜନୈତିକ ଏବଂ ସାମରିକ ନେତାମାନଙ୍କୁ ଭେଟିଥିବା ଜଣାପଡିଛି। ସେନା ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ କୁହାଯାଇଛି ଯେ ସେନା ମୁଖ୍ୟ ବରିଷ୍ଠ ରାଜନୈତିକ ଏବଂ ସାମରିକ ନେତୃତ୍ୱ ସହିତ ପାକିସ୍ତାନୀ ପ୍ରବାସୀମାନଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ତାଙ୍କ ଆମେରିକା ଗସ୍ତକୁ ନେଇ କୌଣସି ପ୍ରକାରର ସ୍ପଷ୍ଟ ବିବରଣୀ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ