Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂସଦଙ୍କ ପାଇଁ ଟାଇପ୍-୭ ବିଲଡିଂ ଉନ୍ମୋଚିତ

ନୂଆଦିଲ୍ଲୀ: ଦିଲ୍ଲୀର ବାବା ଖରକ ସିଂହ ମାର୍ଗରେ ସାଂସଦମାନଙ୍କ ପାଇଁ ନିର୍ମିତ ହୋଇଥିବା ୧୮୪ଟି ଟାଇପ୍-୭ ବିଲଡିଂ ଗୁଡ଼ିକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ସହ ପରିସର ମଧ୍ୟରେ ଏକ ସିନ୍ଦୁର ଗଛ ମଧ୍ୟ ଲଗାଇଥିଲେ।

ଏହି ଫ୍ଲାଟ ଗୁଡ଼ିକର ଉଦଘାଟନ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, କିରେନ୍ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦ ମାନଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ଉଦଘାଟନ କରିବାର ସୁଯୋଗ ପାଇ ଥିବାରୁ ଖୁସି ଥିବା କହିଥିଲେ ଓ ଏଥିସହିତ ଏହି ୪ ଟାୱାରର ନାମ ମଧ୍ୟ କହିଥିଲେ ଯାହାକି ଚାରୋଟି ମହାନ୍ ନଦୀ ନାମରେ ଦିଆଯାଇଛି ଅର୍ଥାତ୍ – କୃଷ୍ଣା, ଗୋଦାବରୀ, କୋଶୀ, ହୁଗଳୀ ନାମରେ ନାମିତ କରାଯାଇଛି ।

ସେ ଏହା ମଧ୍ୟ କହିଥିଲେ ଯେ ହୁଏତ କିଛି ଲୋକଙ୍କୁ କୋଶୀ ନଦୀ ନାମରେ ଏକ ଟାୱାର ନାମକରଣ ପସନ୍ଦ ନ ଆସିପାରେ କାରଣ ସେମାନେ ଏହାକୁ ବିହାର ନିର୍ବାଚନ ସହ ଯୋଡ଼ି ରାଜନୀତି କରିପାରନ୍ତି କିନ୍ତୁ ନଦୀ ନାମକରଣ କରିବା ଦ୍ଵାରା ଏହା ଆମଦେଶର ଏକତାକୁ ବଜାୟ ରଖିବାରେ ସଫଳ ହୋଇପାରିବ ବୋଲି ସେ କହିଛନ୍ତି। ସାଂସଦଙ୍କ ପାଇଁ ବାସସ୍ଥାନର ଅଭାବ ଥିବାରୁ ଏହି ଫ୍ଲାଟ୍ ଗୁଡ଼ିକ ନିର୍ମାଣ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ସୀମିତ ଜମି ଉପଲବ୍ଧ ଥିବାରୁ ଉଚ୍ଚ କୋଠା ନିର୍ମାଣ କରାଯାଇଥିଲା। ଯାହା ଦ୍ଵାରା ଉପଲବ୍ଧ ଜାଗା ମଧ୍ୟରେ ଏହାକୁ ଭଲ ଭାବରେ ବ୍ୟବହାର କରାଯାଇ ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ କରାଯାଇପାରିବ।

ପ୍ରତ୍ୟେକ ଫ୍ଲାଟରେ ପ୍ରାୟ ୫ ହଜାର ବର୍ଗଫୁଟର କାର୍ପେଟ କ୍ଷେତ୍ର ଅଛି, ଯେଉଁଥିରେ ସାଂସଦଙ୍କ ବାସସ୍ଥାନ ସହିତ ସେମାନଙ୍କ କାର୍ଯ୍ୟାଳୟ, କର୍ମଚାରୀ ରୁମ ଏବଂ ସମ୍ପ୍ରଦାୟ କେନ୍ଦ୍ରର ସୁବିଧା ମଧ୍ୟ ରହିଛି। ତେବେ ଏହି ସମସ୍ତ କୋଠା ଗୁଡିକରେ ଭୂମିକମ୍ପ ପ୍ରତିରୋଧୀ ବ୍ୟବସ୍ଥା ରହିବା ସହ ସୁରକ୍ଷାର କଡା ବ୍ୟବସ୍ଥା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ