Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ୍ମାଷ୍ଟମୀରେ ଚମକିବ ଏହି ରାଶୀଙ୍କ ଭାଗ୍ୟ…

ନୂଆଦିଲ୍ଲୀ: ଚଳିତ ବର୍ଷ ଜନ୍ମାଷ୍ଟମୀ ପର୍ବ ୧୬ ଅଗଷ୍ଟରେ ପାଳିତ ହେବାକୁ ଯାଉଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଗ୍ରହମାନଙ୍କର ଏକ ବିରଳ ମିଶ୍ରଣ ଅର୍ଥାତ୍ ବୃଦ୍ଧି ଯୋଗ, ଧ୍ରୁବ ଯୋଗ ଏବଂ ବୁଧାଦିତ୍ୟ ଯୋଗ ସୃଷ୍ଟି ହେଉଛି। ଚନ୍ଦ୍ର ଉଚ୍ଚ ରାଶି ବୃଷରେ ପ୍ରବେଶ କରିବାକୁ ଯାଉଥିବା ବେଳେ ସୂର୍ଯ୍ୟ ମଧ୍ୟ ତାଙ୍କ ନିଜ ରାଶି ସିଂହରେ ଭ୍ରମଣ କରିବେ।

ଜନ୍ମାଷ୍ଟମୀରେ ଶନି, ରାହୁ ଏବଂ କେତୁ ଭିନ୍ନ ଭିନ୍ନ ରାଶିରେ ପ୍ରତିଗାମୀ ଅବସ୍ଥାରେ ରହିବେ। ଏହି ସମୟରେ ବୁଧ ଗ୍ରହ ପ୍ରତ୍ୟକ୍ଷ ସ୍ଥିତିରେ ରହିବେ। ତେବେ ଗ୍ରହମାନଙ୍କର ଏହି ମିଶ୍ରଣ ଅନେକ ରାଶି ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବାକୁ ଯାଉଥିବା ନେଇ ଜ୍ୟୋତିଷ ମାନେ ମତ ଦେଇଛନ୍ତି। ଆସନ୍ତୁ ଜାଣିବା ଏହି ସମୟ କେଉଁ ଲୋକଙ୍କ ପାଇଁ ଶୁଭ ହେବ?

ତୁଳା ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କର ଆୟ ବୃଦ୍ଧି ହେବା ସହ ଟଙ୍କା ସମ୍ବନ୍ଧୀୟ ସମସ୍ତ ସମସ୍ୟାର ଅନ୍ତ ହେବ। ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ରୋଗରୁ ମୁକ୍ତି ମିଳିବ। ବ୍ୟବସାୟରେ ଉନ୍ନତି ମିଳିବ ଏବଂ ସନ୍ତାନମାନଙ୍କ ପକ୍ଷରୁ କିଛି ଭଲ ଖବର ମଧ୍ୟ ମିଳିବାର ସମ୍ଭାବନା ରହିଛି। ଏଥିସହିତ ଆପଣଙ୍କୁ କ୍ୟାରିୟରରେ ନୂତନ ସୁଯୋଗ ମିଳିବ।

ସିଂହ:- ସିଂହ ରାଶିର ଜାତବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଲାଭପ୍ରଦ ହୋଇପାରେ। ଭୌତିକ ସୁବିଧାର ଲାଭ ମିଳିବା ସହ ବ୍ୟବସାୟିକ ବ୍ୟକ୍ତିମାନେ କିଛି ନୂତନ ସୁଯୋଗ ପାଇବା ନେଇ ଆଶା କରାଯାଉଅଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ଏବଂ ଦରମା ବୃଦ୍ଧିର ସମ୍ଭାବନା ଅଛି। ଏଥିସହିତ ଅନେକ ଦିନରୁ ଅଟକି ରହିଥିବା କାମ ମଧ୍ୟ ସମାପ୍ତ ହୋଇପାରେ ଓ ପରିବାର ରେ ଖୁସିର ମାହୋଲ୍ ବଜାୟ ରହିବ। ଏଥିସହିତ ନୂତନ ଯାନ, ଘର କିମ୍ବା ସମ୍ପତ୍ତି ମଧ୍ୟ କ୍ରୟ କରିବା ନେଇ ଜ୍ୟୋତିଷ ମାନେ ମତ ଦେଇଛନ୍ତି।

ବୃଷ:- ଆପଣଙ୍କୁ ଶ୍ୱଶୁର ଘର ଲୋକଙ୍କଠାରୁ ସମର୍ଥନ ମିଳିବ ଏବଂ ଆପଣଙ୍କ ବୈବାହିକ ଜୀବନ ଖୁସିମୟ ରହିବ। ପରସ୍ପର ମଧ୍ୟରେ ସହଭାଗୀତା ଏବଂ ପ୍ରେମ ବୃଦ୍ଧି ପାଇବ। ଭଗବାନ ଶ୍ରୀକୃଷ୍ଣଙ୍କ ବିଶେଷ ଆଶୀର୍ବାଦ ଆପଣଙ୍କ ଉପରେ ରହିବା ନେଇ କୁହାଯାଉଛି। ଆର୍ଥିକ ସଙ୍କଟ ଦୂର ହେବା ସହ ମାନସିକ ଚାପରୁ ମଧ୍ୟ ମୁକ୍ତ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ। ତେବେ ଜନ୍ମାଷ୍ଟମୀରେ କିଛି ପ୍ରତିକାର କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ଯେପରିକି ଭଗବାନଙ୍କୁ ମୟୂର ପର ଅର୍ପଣ କରିବା। ଏହାଦ୍ଵାରା ରାହୁଙ୍କ ସ୍ଥିତି ମଜବୁତ୍ ହୋଇଥାଏ।

କେବଳ ଏତିକି ନୁହେଁ ଘର ଏବଂ ପୂଜା ସ୍ଥାନର ସଫାସୁତୁରା ପ୍ରତି ବିଶେଷ ଧ୍ୟାନ ଦେଲେ ଚନ୍ଦ୍ର ମଧ୍ୟ ବଳବାନ ହେବେ। ସକାଳୁ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ। ତେବେ ଚଳିତ ବର୍ଷ କୃଷ୍ଣ ଜନ୍ମାଷ୍ଟମୀ ଶନିବାର ଦିନ ହେଉଥିବାରୁ ଉପବାସ ରଖିବା ଦ୍ୱାରା ଶନି ଦେବଙ୍କ ବିଶେଷ ଆଶୀର୍ବାଦ ରହିବା ନେଇ ଜ୍ୟୋତିଷ ମାନେ ମତ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ