Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ବିରୋଧୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିବା ସହ ରାଜନାଥ ସିଂହ  ସମସ୍ତ ଦଳର ନେତାଙ୍କ ସହ ଆଲୋଚନା କରୁଥିବା ମୋଦି କହିଛନ୍ତି।

ଆଜି ନୂଆଦିଲ୍ଲୀରେ NDA ସଂସଦୀୟ ଦଳ ବୈଠକ ସମୟରେ ସେ ମହାରାଷ୍ଟ୍ର ରାଜ୍ୟପାଳ ତଥା ଉପରାଷ୍ଟ୍ରପତି ପଦ ପାଇଁ ମନୋନୀତ ହୋଇଥିବା ସିପି ରାଧାକୃଷ୍ଣନଙ୍କୁ ସମ୍ମାନିତ କରିଥିଲେ। ଆନୁଷ୍ଠାନିକ ଭାବରେ ରାଧାକୃଷ୍ଣନଙ୍କୁ ସାଂସଦ ମାନଙ୍କ ସହ ପରିଚୟ ମଧ୍ୟ କରାଇଥିଲେ। ରାଧାକ୍ରିଷ୍ଣନ୍ କୌଣସି ବିବାଦ ବିନା ନିଜର ଜୀବନଯାପନ କରିଛନ୍ତି ଏବଂ ସେ ଅତ୍ୟନ୍ତ ନମ୍ର ସ୍ୱଭାବର ବ୍ୟକ୍ତି ବୋଲି ମୋଦି କହିଥିଲେ।ଏଥିସହିତ ସିପି ରାଧାକୃଷ୍ଣନ OBC ସମ୍ପ୍ରଦାୟରୁ ଆସିଥିବା ଜଣେ ତୃଣମୂଳ ସ୍ତରର ନେତା ଏବଂ ରାଜନୀତିକୁ ଖେଳ ଭାବରେ ଗ୍ରହଣ କରନ୍ତି ନାହିଁ ବୋଲି ମଧ୍ୟ ମୋଦି ସାଂସଦ ମାନଙ୍କୁ କହିଥିଲେ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏର ଶୀର୍ଷ ନେତା ଉପସ୍ଥିତ ଥିଲେ। ତେବେ ଅଗଷ୍ଟ ୨୦ ତାରିଖ ବୁଧବାର ଦିନ ସିପି ରାଧାକ୍ରିଷ୍ଣନ୍ ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିପାରିବେ ବୋଲି ରିପୋର୍ଟରୁ ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ