Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମ ଜାଗରଣ ସମନ୍ଵୟ ପକ୍ଷରୁ ଧର୍ମ ସୁରକ୍ଷା ଦିବସ ପାଳିତ

ବାଲିଗୁଡା, ତା, ୨୧/୦୮(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଧର୍ମ ଜାଗରଣ ସମନ୍ଵୟ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୭ ତମ ବଳିଦାନ ଦିବସ କୁ ଧର୍ମ ସୁରକ୍ଷା ଦିବସ ଭାବେ ପାଳନ କରାଯାଇଛି ।ଏହି ଅବସରରେ ସ୍ଥାନୀୟ ହନୁମାନ ମନ୍ଦିର ରେ ଧର୍ମ ଜାଗରଣ ସମନ୍ଵୟ ର କ୍ଷେତ୍ର ଧର୍ମ ଜାଗରଣ ଓଡିଶା ପ୍ରମୁଖ ବିନୟ କୁମାର ଭୂୟାଁ , ଓଡ଼ିଶା ପୂର୍ବ ପ୍ରାନ୍ତ ସଂଯୋଜକ ମଙ୍ଗୁଳ ପାତ୍ର, ପ୍ରାନ୍ତ ପ୍ରମୁଖ ଆଲୋକ କୁମାର ଖଟୁଆ, ପଣ୍ଡିତ ବିଶିମାଝି, ବିଜେପି କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, ଗଞ୍ଜାମ ବିଭାଗ ସଂଯୋଜକ କୈଳାଶ ରଣଜିତ , କନ୍ଧମାଳ ଜିଲ୍ଲା ସଂଯୋଜକ ଗୁରୁରାମ ପାତ୍ର, ଜିଲ୍ଲା ନିଧି ପ୍ରମୁଖ ଅନ୍ତର୍ଯ୍ୟାମି ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀ ଙ୍କ ସ୍ମୃତି ଚାରଣ କରିଥିଲେ l ଜୟରାମ ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ଏହା ପରେ ଏକ ଶୋଭାଯାତ୍ରା ମାଧ୍ୟମରେ ସମଗ୍ର ନଗର ପରିକ୍ରମା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ