Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତଙ୍କବାଦକୁ ନେଇ ପାକିସ୍ତାନକୁ ଚେତାବନୀ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଗୟାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପାକିସ୍ତାନକୁ କଡା ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଭାରତ କେବେହେଲେ ଆତଙ୍କବାଦକୁ ପ୍ରଶୟ ଦେବନାହିଁ।

ଆତଙ୍କବାଦୀ ମାନେ ପାତାଳରେ ଲୁଚି ରହିଥିଲେ ମଧ୍ୟ ଭାରତୀୟ କ୍ଷେପଣାସ୍ତ୍ର ସେମାନଙ୍କୁ ଖୋଜି ସେହିଠାରେ ହିଁ ନିପାତ୍ କରିଦେବ। ତେବେ ଅପରେସନ ସିନ୍ଦୂର ଭାରତ ପ୍ରତିରକ୍ଷା ନୀତିର ଏକ ବଡ଼ ଉଦାହରଣ ବୋଲି ସେ କହିଥିଲେ। ବିହାର ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଚାଣକ୍ୟଙ୍କ ଭୂମି ଓ ଏଠାରେ ନିଆଯାଇଥିବା ସମସ୍ତ ସଂକଳ୍ପ ପୁରା ହୋଇଥାଏ ବୋଲି ମୋଦି କହିଥିଲେ। କୌଣସି ଶତ୍ରୁ ଭାରତକୁ ଯେତେବେଳେ ମଧ୍ୟ ଚ୍ୟାଲେଞ୍ଜ କରିଛି ବିହାର ସେହି ସମୟରେ ଦେଶର ଢାଲ ଭାବରେ ନିଜକୁ ଠିଆ କରିଥିବା ସେ କହିଥିଲେ।

ତେବେ ଯେତେବେଳେ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଓ ନିର୍ଦ୍ଦୋଷ ନାଗରିକମାନଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଯାଇଥିଲା, ସେତେବେଳେ ସେ ବିହାର ଭୂମିରୁ  ଆତଙ୍କବାଦୀମାନଙ୍କୁ ଧ୍ଵଂସ କରିବାକୁ ଶପଥ ନେଇଥିଲେ।ଯାହାକୁ ସେ ସଫଳ କରିଥିବା କହିଛନ୍ତି। ପାକିସ୍ତାନ ଭାରତ ଉପରେ ଡ୍ରୋନ୍ ଆକ୍ରମଣ କରିବା ସହ କ୍ଷେପଣାସ୍ତ୍ରରେ ମଧ୍ୟ ଆକ୍ରମଣ କରିଥିଲା। କିନ୍ତୁ ପାକିସ୍ତାନର ଗୋଟିଏ ବି କ୍ଷେପଣାସ୍ତ୍ର ଭାରତକୁ କୌଣସି କ୍ଷତି ପହଞ୍ଚାଇ ପାରିନଥିବା ମୋଦି କହିଥିଲେ। କିନ୍ତୁ ପ୍ରତି ଜବାବରେ ଭାରତ ଅପରେସନ୍ ସିନ୍ଦୁର ଆରମ୍ଭ କରି ପାକିସ୍ତାନକୁ ଆତଙ୍କବାଦର କଡା ଜବାବ ଦେଇଥିବା ମଧ୍ୟ ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ