Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଋଷର ବାୟୁ ପ୍ରତିରକ୍ଷା ବାହିନୀ ୟୁକ୍ରେନର ୪ଟି ଗାଇଡେଡ୍ ଏରିଆଲ୍ ବୋମା ଏବଂ ୧୬୦ ଟି ଡ୍ରୋନକୁ ମାରି ଖସାଇ ଦେଇଛି। ଋଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦେଶର ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳରେ ୩୩ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଅଟକାଇ ରଖିଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।

ତେବେ ସକାଳ ୯ ଟାରୁ ମଧ୍ୟାହ୍ନ ୧୨ଟା (ମସ୍କୋ ସମୟ) ମଧ୍ୟରେ ୧୩ଟି ୟୁକ୍ରେନୀୟ ଡ୍ରୋନ୍ ଖସାଇ ଦିଆଯାଇଛି। ଯେଉଁଥିରୁ ୧୨ଟି ବ୍ରାଏନ୍ସ୍କ ଅଞ୍ଚଳରେ ଏବଂ ଗୋଟିଏ କାଲୁଗା ଅଞ୍ଚଳରେ ଥିଲା ଏବଂ ଏହାର ଦୁଇ ଘଣ୍ଟା ମଧ୍ୟରେ ଆହୁରି ୨୦ଟି ଡ୍ରୋନ୍ ନଷ୍ଟ କରାଯାଇଥିଲା। ଯେଉଁଥିରୁ ବ୍ରାଏନ୍ସ୍କରେ ଆଠଟି, ସ୍ମୋଲେନ୍ସ୍କରେ ସାତଟି, କୁର୍ସ୍କରେ ତିନୋଟି ଏବଂ କାଲୁଗାରେ ଦୁଇଟି ଅନ୍ତର୍ଭୁକ୍ତ। ଅଗଷ୍ଟ ପ୍ରାରମ୍ଭରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ ରୁଷ, ୟୁକ୍ରେନ୍ ଉପରେ ଆକ୍ରମଣ ବୃଦ୍ଧି କରୁଥିବା ଅଭିଯୋଗ କରିଥିଲା।

ଗତ ଏକ ସପ୍ତାହ ମଧ୍ୟରେ ୟୁକ୍ରେନ ଗୁଳିମାଡ଼ ଏବଂ ଡ୍ରୋନ୍ ଆକ୍ରମଣରେ ରୁଷରେ ୨୨ ଜଣଙ୍କର ମୃତ୍ୟୁ ହେବା ସହ ୧୦୫ ଜଣ ଆହତ ହୋଇଥିବା ଋଷ ବୈଦେଶିକ ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X ରେ ସୂଚନା ଦେଇଛି। ତେବେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଶିଖର ବୈଠକ କରିଥିଲେ। ଏହା ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ୱାଶିଂଟନରେ ୟୁରୋପୀୟ ନେତାମାନଙ୍କ ସହିତ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ବୈଠକ ପରେ ମଧ୍ୟ ଯୁଦ୍ଧବିରତି ନେଇ କୌଣସି ଆଲୋଚନା ସଫଳ ହେବାପରି ନଜର ଆସିନଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ