Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୭ ଅଗଷ୍ଟରୁ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବ ଆମେରିକା

ନୂଆଦିଲ୍ଲୀ: ଭାରତ, ରୁଷ ଠାରୁ ତେଲ କିଣିବା ପରେ ଆମେରିକା ସରକାର ଅସନ୍ତୁଷ୍ଟ ହୋଇ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଥିଲେ।ବର୍ତ୍ତମାନ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଏହି ଶୁଳ୍କ ୨୭ ଅଗଷ୍ଟ ୧୨:୦୧ AM (EST) ରୁ କାର୍ଯ୍ୟକାରୀ ହେବା ନେଇ ଏକ ସରକାରୀ ନୋଟିସ ଜାରି କରିଛି।

ତେବେ ଅଗଷ୍ଟ ୨୭ ଠାରୁ ଆମେରିକାରେ ପହଞ୍ଚିଥିବା କିମ୍ବା ସେଠାକାର ଗୋଦାମରୁ ବାହାରକୁ ନିଆଯାଇଥିବା ସମସ୍ତ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରାଯିବା ନେଇ ରିପୋର୍ଟରୁ ଜଣା ପଡ଼ିଛି। ତେବେ ଟ୍ରମ୍ପ ପୂର୍ବରୁ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ଯଦି କୌଣସି ଚୁକ୍ତି ନହୁଏ ତେବେ ରୁଷ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଆମେରିକା ଅତିରିକ୍ତ ଶୁଳ୍କ ଲାଗୁ କରିପାରିବ।

କେବଳ ଏତିକି ନୁହେଁ ରୁଷ ଉପରେ ଅତିରିକ୍ତ କଟକଣା ମଧ୍ୟ ଲାଗୁ କରାଯିବା ନେଇ ସେ ଚେତାବନୀ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି କୌଣସି ଅଗ୍ରଗତି ନହୁଏ, ତେବେ ଆଗାମୀ ସପ୍ତାହ ଗୁଡ଼ିକରେ ଏଥିପାଇଁ ଆହୁରି ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। କିନ୍ତୁ ଏପର୍ଯ୍ୟନ୍ତ ଚୀନ୍ ଭଳି ଦେଶଗୁଡ଼ିକ ରୁଷରୁ ତେଲ କିଣୁଥିବା ସତ୍ତ୍ୱେ ଆମେରିକା ସେମାନଙ୍କ ଉପରେ ଏପରି କଟକଣା ଲଗାଇ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ