Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାପାନ ଏବଂ ଚୀନ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଖୁବ୍‌ଶୀଘ୍ର ଜାପାନ ଏବଂ ଚୀନ୍‌ ଗସ୍ତ କରିବାକୁ ଯାଉଛନ୍ତି। ତେବେ ଚଳିତ ବର୍ଷ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସାକ୍ଷାତ କରି ଦେଶର କାର୍ଯ୍ୟକ୍ଷମ ସହଯୋଗ, ପ୍ରତିରକ୍ଷା ଉପକରଣ ଏବଂ ବୈଷୟିକ ସହଭାଗୀତା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ଜାପାନ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଏକ ଦୃଢ଼ ସ୍ତମ୍ଭ ଭାବରେ ଉଭା ହୋଇଥିବା ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି। ଏଥିସହିତ ଉଭୟ ଦେଶ UNICORN ପ୍ରକଳ୍ପ ନଭେମ୍ବର ୨୦୨୪ରେ ସ୍ୱାକ୍ଷରିତ କରିବା ସହ ୟୁନିଫାଏଡ୍ କମ୍ପ୍ଲେକ୍ସ ରେଡିଓ ଆଣ୍ଟେନା ସହ-ନିର୍ମାଣ କରୁଥିବା ମଧ୍ୟ ରିପୋର୍ଟରୁ ଜଣାପଡ଼ିଛି। କେବଳ ଏତିକି ନୁହେଁ ଭାରତୀୟ ନୌସେନା ଏବଂ ଜାପାନୀ ନୌସେନା ଭାରତରେ ଜାହାଜ ମରାମତି କ୍ଷେତ୍ରରେ ସହଯୋଗର ସମ୍ଭାବନା ନେଇ ଆଲୋଚନା ଚାଲିଛି ଓ ISRO ଏବଂ ଜାପାନୀ ମହାକାଶ ସଂସ୍ଥା ଚନ୍ଦ୍ର ଅନୁସନ୍ଧାନ ପାଇଁ ଏକ ମିଶନରେ ଏକାଠି କାମ କରିବା ସହ ଏହାକୁ ଚନ୍ଦ୍ରାୟଣ-୫ ମିଶନ ସହିତ ଆଗକୁ ମଧ୍ୟ ବଢ଼ାଯାଉଛି।

ତେବେ ବୈଦେଶିକ ସଚିବ କ୍ୱାଡ୍ କୁ ନେଇ କହିଛନ୍ତି ଯେ ‘କ୍ୱାଡ୍ ପ୍ରକୃତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶ ମାନଙ୍କରେ ଶାନ୍ତି, ସ୍ଥିରତା, ସମୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଗତ କିଛି ବର୍ଷ ମଧ୍ୟରେ ଏହାର ଏଜେଣ୍ଡା ବ୍ୟବହାରିକ ସହଯୋଗର ପ୍ରସଙ୍ଗଗୁଡ଼ିକୁ ବିସ୍ତାର କରିବା ସହ ସ୍ୱାସ୍ଥ୍ୟ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ରେ ଅନ୍ତର୍ଭୁକ୍ତ ରହିଛି। ତେବେ ନିକଟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଯୋଗାଣ ଶୃଙ୍ଖଳକୁ ଅଧିକ ସ୍ଥିର କରିବା ଏବଂ ଭିତ୍ତିଭୂମି ବିକାଶ ସମ୍ପର୍କରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଛି। ଆମର ସହଯୋଗକୁ ଆଗକୁ ନେବା ପାଇଁ ଆମେ ସମସ୍ତ କ୍ୱାଡ୍ ଅଂଶୀଦାରଙ୍କ ସହିତ କାମ କରିବାକୁ ଅପେକ୍ଷା କରିଥିବା ମଧ୍ୟ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ