ବାଲିଗୁଡା, ତା, ୨୭/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନ ଅନୁସାରେ ଧୁମଧାମରେ ପାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଶ୍ରୀ ଶ୍ରୀ ଶ୍ରୀ ମା ‘ପାଟଖଣ୍ଡା ଦୁର୍ଗାପୂଜା ସମିତି ର ପୂଜା ମଣ୍ଡପ ପରିସରରେ ଟାଉନ ଫ୍ରେଣ୍ଡସ ଗ୍ରୁପ ର ନବମ ବାର୍ଷିକ ଗଣେଷ ପୂଜା ରେ ୧୮ ଫୁଟିଆ ପଞ୍ଚମୁଖୀ ଗଣେଷ ପୂଜା ସବୁଠାରୁ ଆକର୍ଷଣୀୟ ହୋଇପାରିଥିଲା l ସମସ୍ତ ପୂଜା ରୀତିନୀତି ଅନୁଯାଇ ହୋଇଥିବା ବେଳେ ସନ୍ଧ୍ୟା ରେ ପୂଜା ମଣ୍ଡପ ପରିସରରେ ୧୦୮ ଆଳତୀ ପରେ ପରେ ଜନସାଧାରଣ ଓ ଭକ୍ତ ଙ୍କ ଉଦେଶ୍ୟ ରେ ପ୍ରସାଦ ବଣ୍ଟନ କରାଯାଇଥିଲା l ଟାଉନ ର ବିଭିନ୍ନ ସ୍ଥାନ ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିବା ବେଳେ ଦିନ ତମାମ ଛାତ୍ର ଛାତ୍ରୀ ଓ ସାଧାରଣ ଭକ୍ତଙ୍କ ସମାଗମ ହୋଇଥିଲା l ସେଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ପୂଜା ଅନୁଷ୍ଠାନ ଚଳଚଞ୍ଚଳ ହୋଇ ଉଠିଥିଲା। ସମସ୍ତଙ୍କ ମନରେ ଉତ୍ସାହ ଦେଖା ଦେଇଥିଲା । ସେହିପରି ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା ପିଲାମାନେ ମଧ୍ୟ ଖଡ଼ି ଛୁଇଁଛନ୍ତି । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ଗାଁ ଦାଣ୍ଡ, ସହର, ବଜାର ସବୁ ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ଶୋଭାପାଉ ଥିବା ବେଳେ ଗଣେଶ ପୂଜା ପାଇଁ ସବୁଠି ଭରପୁର ଉତ୍ସାହ ଓ ଉତ୍କଣ୍ଠା । ବିଭିନ୍ନ ଥିମକୁ ନେଇ ସବୁଠି ପ୍ରସ୍ତୁତ ହୋଇଛି ସୁନ୍ଦର ତୋରଣ ଓ ମୂର୍ତ୍ତି ।
ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚନା : ଫ୍ରେଣ୍ଡସ ଗ୍ରୁପ ର୧୮ ଫୁଟିଆ ପଞ୍ଚମୁଖୀ ଗଣେଷ ସବୁଠାରୁ ଆକର୍ଷଣୀୟ
