Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦିଙ୍କ ଅବସରକୁ ନେଇ ଏଭଳି କହିଲେ ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ୧୦୦ ବର୍ଷ ପୂରଣ ଉପଲକ୍ଷେ ଦିଲ୍ଲୀରେ ତିନି ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସଂଘର ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଥିଲେ। ଯେଉଁଠାରେ ସେ କହିଥିଲେ ଯେ କୌଣସି ବ୍ୟକ୍ତି ଆରଏସଏସ ମୁଖ୍ୟ ହୋଇପାରିବ କିନ୍ତୁ ସେହି ବ୍ୟକ୍ତିଙ୍କୁ ତାଙ୍କର ସମ୍ପୂର୍ଣ୍ଣ ସମୟ ସଂଗଠନ ପାଇଁ ଉତ୍ସର୍ଗ ମଧ୍ୟ କରିବାକୁ ପଡ଼ିବ।

ସେହିଦିନ ମୋହନ ଭାଗବତ ଏକ ସାକ୍ଷାତକାରରେ ଯୋଗ ଦେଇ ୭୫ ବର୍ଷ ବୟସରେ ଅବସର ନେବା ବିଷୟରେ ମଧ୍ୟ ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ। ସେ କହିଥିଲେ ଯେ ମୁଁ ୭୫ ବର୍ଷ ବୟସରେ ଅବସର ନେବା କଥା କେବେ କହିନାହିଁ କିମ୍ବା ଅନ୍ୟ କୌଣସି ନେତା ଏହି ବୟସରେ ଅବସର ନିଅନ୍ତୁ ବୋଲି ମଧ୍ୟ ମୁଁ ଭାବେ ନାହିଁ। ଯେପର୍ଯ୍ୟନ୍ତ ଜଣେ କାମ କରିବାକୁ ସକ୍ଷମ ଅଟେ ସେ କାମ କରିବା ଉଚିତ। ତେବେ ସଂଘରେ ଥିବା ପର୍ଯ୍ୟନ୍ତ ସେ କାମ କରିବେ ଓ ସଂଘ ଯାହା କାମ ଦେବ ତାହା କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏପରିକି ଯଦି ସେ ୮୦ ବର୍ଷ ବୟସର ହୋଇଯିବେ ଓ ସଂଘ ଯଦି କହିବ ଯାଅ ତୁମେ ଶାଖା ଚଲାଅ ତେବେ ତାଙ୍କୁ ତାହା ମଧ୍ୟ କରିବାକୁ ପଡିବ।

ତେବେ କିଛି ସମୟ ପୂର୍ବରୁ ମୋହନ ଭାଗବତ ଅବସରକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସନ୍ତା ସେପ୍ଟେମ୍ବର ୧୭ରେ ୭୫ ବର୍ଷ ବୟସରେ ପୂରଣ କରିବାକୁ ଯାଉଥିବା ବେଳେ ମୋହନଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ମାହୋଲରେ ଅନେକ ଚର୍ଚ୍ଚା ଜୋର ଧରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ