Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପଙ୍କ ବଡ଼ ଦାବି; ଋଷ ଠାରୁ ଆଉ ତେଲ କିଣିବନି ଭାରତ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ତୈଳ କ୍ରୟ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ ବୁଧବାର ହ୍ୱାଇଟ୍ ହାଉସରେ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷଠାରୁ ଆଉ ତେଲ କିଣିବେ ନାହିଁ। ଏନେଇ କୁଆଡେ ମୋଦି ତାଙ୍କୁ କହିଛନ୍ତି।

ଟ୍ରମ୍ପ ଆହୁରି କହିଥିଲେ, “ଭାରତ,ଋଷ ଠାରୁ ତେଲ କିଣୁଛି ବୋଲି ମୁଁ ଖୁସି ନଥିଲି ଏବଂ ସେମାନେ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ଋଷଠାରୁ ତେଲ କିଣିବେ ନାହିଁ।” ଋଷକୁ ଆର୍ଥିକ ଭାବରେ ଅଲଗା କରିବା ପ୍ରୟାସରେ ଏହାକୁ ଏକ “ବଡ଼ ପଦକ୍ଷେପ” ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି। ଯଦିଓ ନୂଆଦିଲ୍ଲୀ ଋଷରୁ ତୈଳ କ୍ରୟ ବନ୍ଦ କରିବା ସମ୍ପର୍କିତ ଟ୍ରମ୍ପଙ୍କ ଦାବିକୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ।

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଭାରତ ତୁରନ୍ତ ଏହାକୁ ବନ୍ଦ କରିପାରିବ ନାହିଁ। ତେବେ ଏନେଇ ଏକ ଛୋଟ ପ୍ରକ୍ରିୟା ଅଛି, କିନ୍ତୁ ଏହା ଶୀଘ୍ର ସମାପ୍ତ ହେବ। ଅପରପକ୍ଷରେ ଶକ୍ତି ନୀତିରେ ପାର୍ଥକ୍ୟ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଘନିଷ୍ଠ ସହଯୋଗୀ। “ଆମ ମଧ୍ୟରେ ଏକ ବହୁତ ଭଲ ସମ୍ପର୍କ ଅଛି।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ