Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ବନିଲେ ସାନାଏ ତାକାଇଚି

ଟୋକିଓ: ଜାପାନର ସଂସଦ ମଙ୍ଗଳବାର ଦିନ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ସାନାଏ ତାକାଇଚିଙ୍କୁ ନିର୍ବାଚିତ କରିଛି। ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ୬୪ ବର୍ଷୀୟା ତାକାଇଚି, ଶିଗେରୁ ଇଶିବାଙ୍କ ସ୍ଥାନ ନେବେ। ଯିଏକି ଦୁଇଟି ନିର୍ବାଚନ ପରାଜୟ ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

ତାକାଇଚିଙ୍କ ନାମାଙ୍କନକୁ ସଂସଦ ଅନୁମୋଦନ କରିବା ଦୀର୍ଘ ଦିନର ରାଜନୈତିକ ଶୂନ୍ୟତା ଶେଷ ହୋଇଛି। ତେବେ ଗୋଟିଏ ଦିନ ପୂର୍ବରୁ ତାଙ୍କ ଦଳ ସଂସଦରେ ସମର୍ଥନ ପାଇଁ ଏକ ନୂତନ ସହଯୋଗୀ ପାର୍ଟି ଜାପାନ ଇନୋଭେସନ୍ ସହିତ ଏକ ମେଣ୍ଟ କରିଥିଲା। ତଥାପି, ସଂସଦରେ ଆଉ ଦୁଇଟି ଭୋଟ ଆବଶ୍ୟକ ଥିଲା, ଯାହାକୁ ସେ ପରେ ହାସଲ କରିଥିଲେ। ପୂର୍ବରୁ ଗୋଟିଏ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଇଶିବା ମଙ୍ଗଳବାର ଦିନ ତାଙ୍କ କ୍ୟାବିନେଟ୍ ସହିତ ଇସ୍ତଫା ଦେଇଥିଲେ।

ପ୍ରଧାନମନ୍ତ୍ରୀ ପଦ ପାଇଁ ସଂସଦୀୟ ନିର୍ବାଚନରେ ତାକାଇଚି ୨୩୭ ଭୋଟ ପାଇଥିଲେ। ଯାହା ସଂଖ୍ୟା ଗରିଷ୍ଠତାଠାରୁ ଚାରି ଭୋଟ ଅଧିକ। ଏହି ସମୟରେ ସବୁଠାରୁ ବଡ଼ ବିରୋଧୀ ଦଳ ସାମ୍ବିଧାନିକ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ୟୋଶିହିକୋ ନୋଡା ୧୪୯ ଭୋଟ ପାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ