Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରଜେଡିକୁ ଫେରିବା ଅପେକ୍ଷା ମୃତ୍ୟୁକୁ ପସନ୍ଦ କରିବି: ତେଜ ପ୍ରତାପ

ପାଟଣା: ବିହାରର ପୂର୍ବତନ ମନ୍ତ୍ରୀ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଫେରିବା ଅପେକ୍ଷା ମରିବାକୁ ପସନ୍ଦ କରିବେ। ଯାହାକୁ ନେଇ ରାଜନୀତି ସରଗରମ ହୋଇପଡ଼ିଛି।

ଯେଉଁ ଦଳରୁ ତାଙ୍କୁ ବହିଷ୍କାର କରାଯାଇଛି ସେଠିକୁ ସେ ଫେରିବେ ନାହିଁ। ଗଣମାଧ୍ୟମ ସହିତ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଏବେ ତାଙ୍କର ନୂତନ ଦଳ ଜନଶକ୍ତି ଜନତା ଦଳ (ଜେଜେଡି) ରୁ ମହୁଆ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯେଉଁଠାରୁ ସେ ୨୦୧୫ରେ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ତେଜ ପ୍ରତାପ କହିଛନ୍ତି, “ମୁଁ କ୍ଷମତା ଲୋଭୀ ନୁହେଁ। ନୀତି ଏବଂ ସ୍ୱାଭିମାନ ମୋ ପାଇଁ ସର୍ବୋପରି। ମୁଁ ଲୋକଙ୍କ ପାଇଁ କାମ କରେ ଏବଂ ସେମାନେ ମୋତେ ଭଲ ପାଆନ୍ତି ଏବଂ ବିଶ୍ୱାସ କରନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି, “ଲୋକେ କୁହନ୍ତି ଯେ ମୁଁ ଯେତେବେଳେ ବିଧାୟକ ଥିଲି, ସେମାନଙ୍କର ସମସ୍ୟା ସମାଧାନ ହୋଇଥିଲା। ଏବେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କେହି ନାହାନ୍ତି।”

ଅପରପକ୍ଷରେ ସେ ଆରଜେଡିକୁ ଫେରିବା ନେଇ କହିଥିଲେ ଯେ “ମୁଁ ଆରଜେଡିକୁ ଫେରିବା ଅପେକ୍ଷା ମୃତ୍ୟୁକୁ ବାଛିବି।” ତେଜ ପ୍ରତାପ କହିଛନ୍ତି ଯେ ସେ ନୀତିଗତ ରାଜନୀତି କରନ୍ତି ଏବଂ ତାଙ୍କ ପାଇଁ ଆତ୍ମସମ୍ମାନ ସର୍ବୋପରି। ସେ କହିଛନ୍ତି ଯେ ସେ କୌଣସି ଦଳର ନାମରେ ନୁହେଁ ବରଂ ଲୋକଙ୍କ ଆଶୀର୍ବାଦରେ ନିର୍ବାଚନ ଜିତିବେ। “ରାଜନେତା ମାନେ ଘୋଷଣା କରିବା ସାଧାରଣ କଥା, କିନ୍ତୁ ଯେଉଁମାନଙ୍କ ପାଖରେ ଜନସାଧାରଣଙ୍କ ଆଶୀର୍ବାଦ ଅଛି କେବଳ ସେହିମାନେ ହିଁ କ୍ଷମତା ହାସଲ କରନ୍ତି।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ