Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ…

ଢ଼ାକା: ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଜୁଲାଇ ମାସରେ ହୋଇଥିବା ଗଣହତ୍ୟାରେ ପଳାତକ ଅଭିଯୁକ୍ତ ଶେଖ୍ ହସିନା ଏବଂ ଅସଦୁଜ୍ଜମାନ ଖାନ କମଲ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛନ୍ତି।

ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଏବେ କହିଛି ଯେ ଅନ୍ୟ କୌଣସି ଦେଶ ଦ୍ୱାରା ଏହି ଦୁଇ ବ୍ୟକ୍ତିଙ୍କୁ ଶରଣ ଦେବା ଅତ୍ୟନ୍ତ ଭୁଲ ଏବଂ ନ୍ୟାୟର ପରିହାସ ବୋଲି ବିବେଚନା କରାଯିବ। ବାଂଲାଦେଶ ଦାବି କରିଛି ଯେ ଶେଖ୍ ହସିନା ଏବଂ ଅସଦୁଜ୍ଜମାନ ଖାନ କମଲ୍‌ଙ୍କୁ ତୁରନ୍ତ ବାଂଲାଦେଶୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉ। ଦୁଇ ଦେଶ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଭାରତକୁ ଏହି ଦାବି କରାଯାଇଛି। ତଥାପି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହାର କୌଣସି ପ୍ରତିକ୍ରିୟା ଦେଇନାହିଁ।

ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍-୧ (ICT-1) ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ହସିନା ଆବେଦନ କରିପାରିବେ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ତାଙ୍କୁ ବର୍ତ୍ତମାନ ପଳାତକ ଘୋଷଣା କରାଯାଇଛି ଏବଂ ଭାରତରେ ରହୁଛନ୍ତି। ବାଂଲାଦେଶର ଆଇନ ଅନୁଯାୟୀ, ଅଭିଯୁକ୍ତ ଗିରଫ ହେବା କିମ୍ବା କୋର୍ଟରେ ଆତ୍ମସମର୍ପଣ କରିବା ପରେ ହିଁ ଯେକୌଣସି ଦଣ୍ଡ – ଏପରିକି ମୃତ୍ୟୁଦଣ୍ଡ – ବିରୁଦ୍ଧରେ ଆବେଦନ କରିବାର ଅଧିକାର ରହିଛି। କାରଣ ଶେଖ୍ ହସିନା ଟ୍ରିବ୍ୟୁନାଲ୍‌ର ନିର୍ଦ୍ଦେଶ ପାଳନ କରୁନାହାଁନ୍ତି ଏବଂ ଦେଶକୁ ଫେରି ନାହାଁନ୍ତି। ତେଣୁ ତାଙ୍କର ଆବେଦନ କରିବାର ଆଇନଗତ ଅଧିକାର ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ