Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP Leaders Detained: “ଇନ୍ଦିରା ଗାନ୍ଧୀ ବି ଏମିତି କରିନଥିଲେ”, ଦିଲ୍ଲୀ ପୋଲିସ ଅଟକ ପରେ CJP ନେତାଙ୍କ ଏଭଳି ବୟାନ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର କକ୍‌ରୋଚ୍‌ ଜନତା ପାର୍ଟି (CJP)ର ନେତା ଅଭିଜିତ ଦିପ୍‌କେ, ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି। ଏହାପରେ CJP ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ ଅଭିଜିତ ଦିପ୍‌କେ କହୁଥିବା ଶୁଣିବାକୁ ମିଳିଛି, “ଇନ୍ଦିରା ଗାନ୍ଧୀ ବି ଏମିତି କରିନଥିଲେ।” ଭିଡିଓରେ ସେ “ଗିରଫ ହେବା ପାଇଁ ହିଁ ଆସିଛନ୍ତି ” ବୋଲି ମଧ୍ୟ କହିଥିବା ଶୁଣିବାକୁ ମିଳିଛି ।

CJP ପକ୍ଷରୁ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଆଜି ବିଶାଳ ପ୍ରତିବାଦ ଜାରି ରହିଛି | ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା। ନିର୍ବାଚନୀ ଭୋଟର ତାଲିକାରେ ଅନିୟମିତତା ହୋଇଥିବା ଅଭିଯୋଗ ଉଠାଇ ଦଳ ଏହି ପ୍ରତିବାଦ କରିବାକୁ ଚାହୁଁଥିଲା।

ପ୍ରତିବାଦ ପୂର୍ବରୁ ତିନି ନେତାଙ୍କୁ ଏଭଳି ବିମାନବନ୍ଦରରେ ଅଟକ ରଖାଯିବା ଚର୍ଚ୍ଚାରେ ଏକ ନୂଆ ମୋଡ ଆଣିଛି | ତେବେ ଏ ପ୍ରତିବାଦ ଆଗକୁ କେତେ ମାତ୍ରାରେ ସଫଳ ହେବ ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories