ହ୍ୟୁମାନ୍ ସାଗରଙ୍କ ଦେହାନ୍ତଙ୍କୁ ନେଇ ତାଙ୍କ ମାଆଙ୍କ ସାଂଘାତିକ ଅଭିଯୋଗ; ମୃତ୍ୟୁ ପାଇଁ ଓଡ଼ିଆ କଣ୍ଠଶିଳ୍ପୀଙ୍କୁ କଲେ ଦାୟୀ
ଭୁବନେଶ୍ୱର,୧୮|୧୧: କାଲି ରାତିରେ ଓଲିଓଡ଼ ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଛି | ଗତ କିଛି ଦିନ ହେବ ହ୍ୟୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏମ୍ସ ହସ୍ପିଟାଲରେ ଚିକତ୍ସା ହେଉଥିଲେ |ହ୍ୟୁମାନଙ୍କ ଦେହାନ୍ତଙ୍କୁ ନେଇ ଓଲିଓଡ଼ ଜଗତରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ମା ଆଣିଲେ ସାଂଘାତିକ ଅଭିଯୋଗ | ହ୍ୟୁମାନଙ୍କ ମୃତ୍ୟୁ ପାଇଁ ସେ ଓଲିଓଡ଼ ଜଗତର ୩ ଜଣ କଣ୍ଠଶିଳ୍ପୀଙ୍କୁ ଦାୟୀ କରିଛନ୍ତି। ସେମାନେ ହେଲେ ଅର୍ପିତା ଚୌଧୁରୀ, ହ୍ୟୁମାନଙ୍କ ଟିମ୍ ସଦସ୍ୟ ପ୍ରଶାନ୍ତ ଏବଂ ପପୁ | ଏହି ତିନିଜଣଙ୍କ ନା ନେଇଛନ୍ତି ତାଙ୍କ ମାଆ ଶେଫାଳି ସୁନା। ତାଙ୍କ ମାଙ୍କ କହିବା ଅନୁସାରେ ହ୍ୟୁମାନ ରୋଗରେ ଶିକାର ହେବା ଅପେକ୍ଷା ଡିପ୍ରେସନ ଏବଂ ପ୍ରତାରଣାର ଶିକାର ବେଶୀ ହୋଇଥିଲେ | ଯାହା ତାଙ୍କ ମୃତ୍ୟୁର ଏକ ମୁଖ୍ୟ କାରଣ |
କଣ୍ଠଶିଳ୍ପୀ ଅର୍ପିତାଙ୍କ ନାଁ ନେଇ ତାଙ୍କ ମାଆ କହିଛନ୍ତି, ପୁଅକୁ ପ୍ରତାରଣା କରିବା ସହିତ ବର୍ବାଦ କରି ଧୋକା ଦେଲା। ଶେଷରେ ଡିପ୍ରେସନର ଶିକାର ହୋଇ ହ୍ୟୁମାନର ମୃତ୍ୟୁ ହୋଇଥିବା କହିଛନ୍ତି ଶେଫାଳି ସୁନା । ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିଲା। ଦେହ ଖରାପ ବେଳେ ପୁଅକୁ ଷ୍ଟେଜ୍ ସୋ’ କରାଉଥିଲେ ବୋଲି ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଲେ ଶେଫାଳି ସୁନା । ତେବେ ଏନେଇ ଅର୍ପିତା ଚୌଧୁରୀ ଓ ପପୁଙ୍କ ଠାରୁ ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରି ନାହିଁ ।

