ଦିଲ୍ଲୀ ବିସ୍ଫୋରଣକୁ ନେଇ ସାମ୍ନାକୁ ଆସିଲା ବଡ ଖବର ; ଉମରକୁ ସାହାଯ୍ୟ କରିଥିବା ସହଯୋଗୀ ଗିରଫ
ନୂଆଦିଲ୍ଲୀ;୧୮|୧୧: ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣରେ ବଢୁଛି ଅଭିଯୁକ୍ତଙ୍କ ସଂଖ୍ୟା | ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଉମର ନବୀରଙ୍କ ଅନ୍ୟ ସହଯୋଗୀ ଡାନିଶ୍ ଙ୍କୁ ଗିରଫ କରିଛି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି | ଜଶିର ବିଲାଲ ୱାନୀ ଓରଫ ଡାନିଶକୁ ଶ୍ରୀନଗରରୁ ଗିରଫ କରାଯାଇଛି। ଡାନିଶ ଆତଙ୍କବାଦୀ ଆକ୍ରମଣ କରିବାରେ ଉମରକୁ ବୈଷୟିକ ସାହାଯ୍ୟ ଯୋଗାଇ ଦେଇଥିଲା ବୋଲି ଯାଞ୍ଚ ବେଳେ ଏନଆଇଏକୁ ତଥ୍ୟ ମିଳିଛି । ଲାଲକିଲ୍ଲା ଆକ୍ରମଣ ପୂର୍ବରୁ ଡ୍ରୋନକୁ ମୋଡିଫାଇଡ୍ କରିଥିଲା ଏବଂ ରକେଟ ନିର୍ମାଣ ଲାଗି ଚେଷ୍ଟା କରିଥିଲା ଡାନିଶ। ଏନଆଇଏ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଆକ୍ରମଣ ଘଟଣାରେ ଡାନିଶ ଅନ୍ୟତମ ପ୍ରମୁଖ ସହଯୋଗୀ।
ପୂର୍ବରୁ ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ଏନଆଇଏ ଅମିର ରଶିଦ ଅଲି ନାମକ ଅଭିଯୁକ୍ତକୁ ଗିରଫ କରିଥିଲା। ପୂର୍ବରୁ ଏହି ଘଟଣାରେ ତଦନ୍ତ କରି ବିସ୍ଫୋରଣକାରୀ ଉମରକୁ ସହାୟତା କରିଥିବା କଶ୍ମୀରର ଜଣେ ବ୍ୟକ୍ତି ଆମିରକୁ ଯାଞ୍ଚ ଏଜେନ୍ସୀ ଦିଲ୍ଲୀରୁ ଗିରଫ କରିଥିଲା| ଆତ୍ମଘାତୀ ବିସ୍ଫୋରଣକାରୀ ଆଇଇଡି ବ୍ୟବହାର କରି ଏକ କାର ବୋମା ବିସ୍ଫୋରଣ କରିଥିଲା ଯେଉଁଥିରେ ୧୫ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଏହି ବିସ୍ପୋରଣରେ ବ୍ୟବହୃତ ହୋଇଥିବା କାରଟି ଆମିର ନାମରେ ପଞ୍ଜୀକୃତ ହୋଇଥିଲା। ନଭେମ୍ବର ୧୦ରେ ହୋଇଥିବା ଆକ୍ରମଣ ପାଇଁ ବିସ୍ଫୋରଣକାରୀଙ୍କ ସହିତ ଷଡ଼ଯନ୍ତ୍ର କରିଥିଲା ବୋଲି ଅଭିଯୋଗ ହୋଇଛି | ଯେଉଁଥିରେ ଏବେ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ଚିକିତ୍ସିତ ହେଉଛନ୍ତି | ତଦନ୍ତକାରୀଙ୍କ କହିବା ଅନୁସାରେ, ସେ ଗାଡ଼ି କିଣିବାରେ ସାହାଯ୍ୟ ପାଇଁ ଦିଲ୍ଲୀ ଯାଇଥିଲା ।

