ବାଲିଗୁଡାରେ ବ୍ଳକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ ଉଦଯାପିତ
ବାଲିଗୁଡା, ତା,୧୮/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ- ୨୦୨୫ ବଡ଼ଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅତିଥି ଭାବେ କାଉନସିଲର ଅଜୟ ଦିଗାଲ ,ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କନୱାର ଯୋଗଦେଇ ଶୁଭାରମ୍ଭ କରିଥିଲେ । ବ୍ଳକର ସମସ୍ତ ୧୪ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜୁନିୟର ଓ ସିନିୟର ରେ ମୋଟ ୨୨ ଟା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମସ୍ତ ପ୍ରତିଯୋଗିତାକୁ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପରିଚାଳନା କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଅପରାହ୍ନ ଦ୍ଵିତୀୟ ଅଧିବେଶନରେ ସର୍ଗିଫୁଲ ମହୋତ୍ସବର ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା , ବାଲିଗୁଡା ତହସିଲଦାର ଦୀପ୍ତି ପ୍ରକାଶ ବେହେରା , ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଗ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କନୱାର, ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନ, ପ୍ରଫୁଲ୍ଲ ମହାରଣା, କୈଳାଶ ଚନ୍ଦ୍ର ସିଂ, ସସ୍ମିତା ଡାକୁଆ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଉକ୍ତ କର୍ଯ୍ୟକ୍ରମର ପୁରସ୍କାର ବିତରଣରେ ଜିତେନ୍ଦ୍ର ନାଥ ପାତ୍ର ସହଯୋଗ କରିଥିବା ବେଳେ ଗଟାଙ୍ଗି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତୀର୍ଥବାସୀ ଘଡେଇ ଉପସ୍ଥିତ ରହି ମଞ୍ଚ ପରିଚାଳନା କରିବା ସହ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରି ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

