Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହ୍ୟୁମାନଙ୍କ ପ୍ରଥମ ସଙ୍ଗୀତ ଗୁରୁ କହିଲେ – ‘ଶିଷ୍ୟ ନୁହେଁ ପୁଅ ଥିଲା…’

ଭୁବନେଶ୍ୱର;୧୯|୧୧: ସୋମବାର ରାତିରେ ଓଲିଉଡ଼ ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଥିଲା | ତାଙ୍କ ଦେହାନ୍ତରେ ଓଲିଉଡ଼ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି | ୩୬ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲିଯିବା ଗଭୀର ଭାବେ ଆଘାତ ଦେଇଛି | ଅତି କମ ବୟସରେ ସଫଳତାର ଶିଖର ଛୁଇଁଥିଲେ | ଅନେକ ଆଲବମ ଏବଂ ଫିଲ୍ମରେ କଣ୍ଠଦାନ ମଧ୍ୟ କରିଛନ୍ତି ହ୍ୟୁମାନ | ହ୍ୟୁମାନ ପିଲାଦିନୁ ପାଠପଢା ଅପେକ୍ଷା ସଙ୍ଗୀତକୁ ବେଶୀ ଭଲ ପାଉଥିଲେ | ତେବେ ହ୍ୟୁମାନଙ୍କର ପିଲାଦିନୁ ହିଁ ସଙ୍ଗୀତ ପ୍ରତି ଗଭୀର ଭାବେ ରୁଚି ରହିଥିଲା | ତାଙ୍କର ସଙ୍ଗୀତ ପ୍ରତି ଥିବା ଆଗ୍ରହ ତାଙ୍କ ବାପା ଏବଂ ଜେଜେଙ୍କଠାରୁ ଠାରୁ ଆସିଛି | କାରଣ ତାଙ୍କ ବାପା ଓ ଜେଜେଙ୍କର ସଙ୍ଗୀତ ପ୍ରତି ବେଶ ଆଗ୍ରହ ରହିଥିଲା |

ତେବେ ଏହି ଭିତରେ ତାଙ୍କର ସଂଗୀତ ଗୁରୁ ଶୁଭ୍ରାଂଶୁ ଶେଖର ମିଶ୍ର ସେ ମଧ୍ୟ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ ,” ଟିଟିଲାଗଡ଼ରେ ଯେତେବେଳେ ଅଗ୍ରଗାମୀ ସାଂସ୍କୃତିକ ସଂସଦ ପରିଚାଳନା କରୁଥିଲି, ସେହି ସମୟରେ ହ୍ୟୁମାନ ସାଗର ମୋ ପାଖକୁ ଆସିଥିଲା । ସେତେବେଳେ ତାକୁ ୮ବର୍ଷ ହେଉଥିଲା। ସୁନ୍ଦର ଚେହେରା, ଛୋଟ ପିଲାଟିଏ ଥିଲା ବୋଲି ଭାରି ଗୁଲଗୁଲିଆ ଲାଗୁଥିଲା । ହ୍ୟୁମାନଙ୍କ ବାପା ସ୍ବର୍ଗତ. ରବିଚନ୍ଦ୍ର ସାଗର ମଧ୍ଯ ଜଣେ ଲୋକାଲ ଗାୟକ ଥିଲେ । ତେଣୁ ସେ ପୁଅର ପ୍ରତିଭାକୁ ଚିହ୍ନି ପାରି ମୋ ପାଖକୁ ଆଣିଦେଇଥିଲେ । ଆଉ ସେଦିନ ସେ ହ୍ୟୁମାନକୁ ମୋତେ ଟେକିଦେଇ ଆପଣ ଏହାକୁ ପାଇଲେ ବୋଲି କହିଥିଲେ । ସେହିଦିନଠୁ ମୁଁ ବି ହ୍ୟୁମାନର ନୀରିହପଣ, ଅଧ୍ଯବସାୟ ଏବଂ ଶିଖିବାର ଆଗ୍ରହକୁ ଦେଖି ପୁଅ ଭଳି ଦିନରାତି ଶିଖେଇଥିଲି। କ୍ରମେ ହ୍ୟୁମାନ ମୋ ପାଖରେ ଦୀର୍ଘ ୮ବର୍ଷ ଧରି ସଂଗୀତ ଶିକ୍ଷା କଲା। ତା’ରି ଭିତରେ ସେ ଚଣ୍ଡିଗଡ଼ର ପ୍ରାଚୀନ କଳାକେନ୍ଦ୍ରରୁ ସଙ୍ଗୀତ ବର୍ଗରେ ବିଶାରଦ ଡିଗ୍ରୀ ହାସଲ କଲା । ଅବଶ୍ୟ ପରବର୍ତ୍ତୀ ସମୟରେ ମୁଁ ବଲାଙ୍ଗିର ଚାଲିଆସିବା ପରେ ବି ତା ସହିତ ସମ୍ପର୍କରେ ଥିଲି। କିନ୍ତୁ ମୁଁ ମୋ ଗୁରୁଙ୍କଠାରୁ ଯାହା ଶିଖିଥିଲି । ତା’ଠାରେ ସବୁ ଦେବାକୁ ଚେଷ୍ଟା କରିଥିଲି । ବିଭିନ୍ନ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମମାନଙ୍କରେ ସେ ଗୁରୁ ଭାବରେ ମୋ ନାଁ ଧରୁଥିଲା। ଯାହା ମୋ ପାଇଁ ସବୁଠୁ ବଡ଼ ଗୁରୁ ଦକ୍ଷିଣା ଥିଲା । କିନ୍ତୁ ସେ ଆଜି ବି ମୋ ଶିଷ୍ୟ ନୁହେଁ ମୋ ପୁଅ ଥିଲା।” ସେ ଏହି ପରି କହି ନିଜ ଦୁଃଖକୁ ପ୍ରକାଶ କରିଛନ୍ତି |

ସୂଚନା ଅନୁଯାଇ , ହ୍ୟୁମାନଙ୍କ ଶେଷକୃତ୍ୟ ପାଇଁ ତାଙ୍କ ପ୍ରାର୍ଥିବ ଶରୀରକୁ ଟିଟିଲାଗଡ ନିଆଯାଇଥିଲା | ସେଠାରେ ଅନ୍ତିମ ସଂସ୍କାର ତାଙ୍କର ରୀତିନୀତି ତାଙ୍କ ଆତ୍ମୀୟମାନଙ୍କ ଦ୍ୱାରା କରାଯାଇଛି|

୨୦୧୫ର ‘ଇସ୍କ ତୁ ହିଁ ତୁ’ରୁ ଡେବ୍ୟୁ ଯେମିତି ପୁରା ଓଡ଼ିଶାକୁ ହଲଚଲ୍ କରି ଦେଇଥିଲା। ପରେ ପରେ ମୁଁ ପରଦେଶୀ ଚଢ଼େଇ, ଅଭୟ, ପ୍ରେମକୁମାର, ଝିଅ ଟା ବିଗିଡ଼ିଗଲା, ବ୍ଲାକମେଲ୍, ତୁମ୍ ମୋ ଲଭ୍ ଷ୍ଟୋରୀ, ଗପ ହେଲେ ବି ସତ ଭଳି ଏକାଧିକ ଫିଲ୍ମରେ ସେ ଗାଇଛନ୍ତି ଅନେକ ଅଭୁଲା ଓ ଅକୁହା ମ୍ୟୁଜିକ୍ କାହାଣୀ। ସେହଜାଦି ଓ ସେହଜାଦି ଗୀତ, ସେ ପରଦେଶୀ ଚଢ଼େଇ, ପୁଣି ପ୍ରେମିକାକୁ ସୁନଜରା କହି ଡାକୁଥିବା ପ୍ରେମିକ, ପୁଣି ଗୋଟେ ସୁଆ ଗୋଟେ ସାରୀ , ଆଉ କେବେ ତୁମ୍ ମୋ ଲଭ୍ ଷ୍ଟୋରୀର ଗୀତ ଗାଇଥିଲେ | ସେଥିପାଇଁ ରାଜ୍ୟ ସାରା ଓ ଦେଶର କୋଣଅନୁକୋଣରେ ତାଙ୍କର ଝଲକ ପାଇଁ ଦିୱାନା ଥିଲେ ଫ୍ୟାନ୍ସ। ଅନୁଭବ, ବାବୁସାନ୍, ସ୍ବରାଜ, ଅର୍ଦ୍ଦେନ୍ଦୁଙ୍କ ଭଳି ପ୍ରାୟ ଓଲିଉଡର ସବୁ ଅଭିନେତାଙ୍କ ପାଇଁ ସେ ଗୀତ ଗାଇଥିଲେ। ଗୋଟେ ସମୟରେ ଅନୁଭବଙ୍କ ଭଏସ୍ ଭାବେ ଜଣାଶୁଣା ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories