Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଲିଆ ସାହି ବସ୍ତିର ଉଚ୍ଛେଦ ପ୍ରକ୍ରିୟା ଉପରେ ଭକ୍ତ ଦାସଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୧୯|୧୧: ଗତକାଲି ବିଏମସି ପକ୍ଷରୁ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ନିଆଯାଇଥିଲା | ସାଲିଆ ସାହି ବସ୍ତିର କିଛି ଅଞ୍ଚଳକୁ ଉଚ୍ଛେଦ କରାଯାଇଥିଲା। ଏହି ଉଚ୍ଛେଦ ପଦକ୍ଷେପରେ ସାଲିଆ ସାହିରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା | ବିଏମସି ପକ୍ଷରୁ ୬୦ଜଣିଆ ଏନଫୋର୍ସମେଣ୍ଟଟିମ୍ ଏବଂ ଶହେ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା ଏହି ପ୍ରକ୍ରିୟାରେ। ପୂର୍ବରୁ ଏହି ପ୍ରକ୍ରିୟାରେ ୧୦୦ରୁ ଉର୍ଦ୍ଧ୍ବ ଘର ଭଙ୍ଗାଯାଇଥିବା ବେଳେ ଏବେ ୫୨୧ଟି ଘର ଭାଙ୍ଗିବାକୁ ବିଏମସି ନିଷ୍ପତ୍ତି ନେଇଛି|

ଦୀର୍ଘଦିନ ଧରି ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ଏହି ନିଷ୍ପତ୍ତି କଷ୍ଟ ଦେଇଛି |କାରଣ ହଠାତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଗଲେ ସେମାନେ ରହିବେ ପୁଣି କେଉଁଠାରେ| ତେବେ ଏ ବାବଦରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତିକ୍ରିୟା ଆସିଛି| ସେ କହିଛନ୍ତି ଯେ, ସାଲିଆ ସାହିର ବସ୍ତି ଉଚ୍ଛେଦ ନେଇ ଗତ କାଲି ବିଏମସି କମିଶନରଙ୍କ ସହିତ କଥା ହୋଇଛି। ରାଜ୍ୟରେ ଦୀର୍ଘ ବର୍ଷ ହେଲା ଆଦିବାସୀ ମାନେ ବସବାସ କରି ଆସୁଛନ୍ତି । ସେମାନଙ୍କ ପଟା ପାଇବାର ହକ ଥିଲା। ବିଜେପି ସରକାରରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ପଟା ଦେବା ପରିବର୍ତ୍ତେ ବସ୍ତି ବାସିନ୍ଦାଙ୍କୁ ଜୋର ଜବରଦସ୍ତ କରି ଉଛେଦ କରୁଛନ୍ତି।

ବିକାଶ ପାଇଁ ଉଛେଦ କରୁଛନ୍ତି କରନ୍ତୁ କିଛି ଅସୁବିଧା ନାହିଁ । କିନ୍ତୁ ଜମି ଅଧିଗ୍ରହଣ ଏବଂ କ୍ଷତି ପୂରଣ ଦିଅନ୍ତୁ ଅବା ପଟ୍ଟା କରନ୍ତୁ | ଯିଏ ନିୟମ ଅନୁସାରେ ତଥ୍ୟ ଦେବେ ସେହି ଅନୁସାରେ ବସ୍ତି ବାସିନ୍ଦାଙ୍କ ଥଇଥାନ କରାଯିବ ବୋଲି ବିଏମସି କମିଶନର ପ୍ରତିଶ୍ରୁତି ଦେଇଛନ୍ତି। କମିଶନର ୩ ଦିନ ସମୟ ମାଗିଛନ୍ତି। ସଭିଙ୍କୁ ସମ୍ପୂର୍ଣ୍ଣ ଥଇଥାନ କରିବା ନେଇ ବିଏମସି କମିଶନର କହିଥିବା ଭକ୍ତ ଦାସ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ