ହ୍ୟୁମାନ ସାଗର ପୁରୀରେ ଜନ୍ମ ନେବେ; ଏଭଳି କହିଲେ ଭୁତଙ୍କ ସଭାପତି…
ଭୁବନେଶ୍ୱର;୧୯|୧୧: ହ୍ୟୁମାନ ସାଗରଙ୍କ ମୃତ୍ୟକୁ ନେଇ ସମସ୍ତେ ଦୁଃଖରେ ଥିବା ବେଳେ ଗୋଟେ ନୂଆ ଏବଂ ଆଶ୍ଚଯ୍ୟକର ଭିଡିଓ ଏବେ ସୋସିଆଲ ମେଡିଆ ଭାଇରାଲ ହେବାରେ ଲାଗିଛି | ଭୁତ ସଭାପତି ଯିଏକି ନିଜର ମନ୍ତବ୍ୟ ପାଇଁ ସବୁବେଳେ ବିବାଦରେ ରୁହନ୍ତି | ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ସେ କେବେ ଏବଂ କେଉଁଠି ଜନ୍ମ ନେବେ ତାହାକୁ ନେଇ ସେ ନିଜର ଏକ ଭିଡିଓ ସେୟାର କରିଛନ୍ତି | ଯାହା ଏବେ ଭାଇରାଲ ହେଉଛି | ସେ କହିଛନ୍ତି ଯେ , ” ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ମୁଁ ତାଙ୍କ ଆତ୍ମାକୁ ଭେଟିଥିଲି | ହ୍ୟୁମାନଙ୍କ ଆତ୍ମା ମୋତେ କହିଛନ୍ତି ଯେ ସ୍ୱୟଂ ଜଗନ୍ନାଥ ତାଙ୍କ ସ୍ୱପ୍ନରେ ଆସିଥିଲେ | ଜଗନ୍ନାଥଙ୍କ ଅନ୍ୟ ଭକ୍ତ ତଥା ସାଲବେଗ , ମୀରା ବାଇ ପରି ତାଙ୍କୁ ମଧ୍ୟ ପ୍ରଭୁ କୋଳେଇ ନେଇଛନ୍ତି | ତାଙ୍କର ପୁନର୍ଜନ୍ମ ପୁରୀରେ ହେବ ଏବଂ ସେ ଜଗନ୍ନାଥ ଭଜନ ମଧ୍ୟ ଗାଇବେ | ଏବଂ ମୁଁ ଜଗନ୍ନାଥ ଭଜନ ଗାଇଲେ ମୁଁ ମୋ ପ୍ରଶଂସକ ମାନଙ୍କୁ ଖୁସି କରାଇବି ଏବଂ ମୋର ଆତ୍ମା ମଧ୍ୟ ଶାନ୍ତି ପାଇବ | ଯେ ପଯ୍ୟନ୍ତ ମୁଁ ଭଜନ ନ ଗାଇଛି ସେ ପଯ୍ୟନ୍ତ ମୋ ଆତ୍ମା ସେମିତି ଅତୃପ୍ତ ହୋଇ ବୁଲିବ |” ଏହି ପରି ମନ୍ତବ୍ୟ ଦେଇ ସେ ଏବେ ଭାଇରଲ ହେଉଛନ୍ତି |
ପୂର୍ବରୁ ଏହିପରି ମନ୍ତବ୍ୟ ଦେଇ ସେ ବିବାଦରେ ପଡ଼ିଥିଲେ | ଯାହାଫଳରେ କି ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା | ଯେପରିକି ସେ କହିଥିଲେ କି ତାଙ୍କୁ ବିଜୁ ପଟ୍ଟନାୟକଙ୍କ ଆତ୍ମା ଶିବରାତ୍ରି ଦିନ ଭେଟିଥିଲା |

