Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦ ହେବ କି ରୁଷ-ୟୁକ୍ରେନ ଯୁଦ୍ଧ?

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଶାସନକୁ ଆସିବାର ଛଅ ମାସ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଓ ଅନେକ ପ୍ରୟାସ କରିବା ସତ୍ୱେ ମଧ୍ୟ ସବୁ ବ୍ୟର୍ଥ ହୋଇଯାଇଥିଲା। ତେବେ ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ରୁଷ ସହିତ ଗୁପ୍ତ ଭାବରେ ଆଲୋଚନା କରୁଥିବା ନେଇ ଶୁଣିବାକୁ ମିଳିଛି। ସେମାନେ ଏକାଠି ଏକ ୨୮-ସୂତ୍ରୀ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି।

ଜଣେ ବରିଷ୍ଠ ରୁଷିଆନ୍ ଅଧିକାରୀ ଆକ୍ସିଓସ୍ କୁ କହିଛନ୍ତି ଯେ ଏହି ପଦକ୍ଷେପ କୁ ନେଇ ବହୁ ଆଶା ରହିଛି କିନ୍ତୁ ଏହି ପଦକ୍ଷେପ ରେ ୟୁକ୍ରେନ ଏବଂ ଏହାର ୟୁରୋପୀୟ ସହଯୋଗୀମାନେ କିପରି ପ୍ରତିକ୍ରିୟା ରଖିବେ ତାହା ଜଣାପଡିନାହିଁ। ତେବେ ପ୍ରସ୍ତାବକୁ ଚାରୋଟି ବ୍ୟାପକ ଉପାଦାନରେ ବିଭକ୍ତ କରାଯାଇଛି: ୟୁକ୍ରେନରେ ଶାନ୍ତି, ସୁରକ୍ଷା ଗ୍ୟାରେଣ୍ଟି, ୟୁରୋପୀୟ ସୁରକ୍ଷା ଓ ରୁଷ ଏବଂ ୟୁକ୍ରେନ ସହିତ ଭବିଷ୍ୟତରେ ଆମେରିକା ସମ୍ପର୍କ।କିନ୍ତୁ ଏ ସବୁ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ପୂର୍ବ ୟୁକ୍ରେନ ଉପରେ ନିୟନ୍ତ୍ରଣ ସମ୍ପର୍କରେ ଯୋଜନା ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଯୋଜନା କରାଯାଇନାହିଁ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଟ୍ରମ୍ପଙ୍କ ଜଣେ ଘନିଷ୍ଠ ବିଶ୍ୱାସୀ ଷ୍ଟିଭ୍ ୱିଟକଫଙ୍କ ନେତୃତ୍ୱରେ ଚାଲିଛି ଓ ସେ ରୁଷୀୟ ଦୂତ କିରିଲ୍ ଡିମିଟ୍ରିଭଙ୍କ ସହିତ ଅନେକ ପର୍ଯ୍ୟାୟ ରେ ଆଲୋଚନା କରିଛନ୍ତି।

ଅକ୍ଟୋବର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ସେ ମିଆମିରେ ଥିଲେ ଓ ସେଠାରେ ସେ ୱିଟକଫ ଏବଂ ଟ୍ରମ୍ପ ଦଳର ଅନ୍ୟ ସଦସ୍ୟମାନଙ୍କ ସହିତ ବୈଠକ କରିଥିବା ନେଇ ଡିମିଟ୍ରିଭ କହିଥିଲେ। ୱିଟକଫ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ସାକ୍ଷାତ କରିବାର ଯୋଜନା ରଖିଥିଲେ ମଧ୍ୟ କୌଣସି କାରଣରୁ ତାହା ବର୍ତ୍ତମାନ୍ ପାଇଁ ସ୍ଥଗିତ ରଖାଯାଇଛି ବୋଲି କୁହାଯାଇଛି। ତେବେ ସେ ମିଆମିରେ ଜେଲେନ୍ସକିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ରୁସ୍ତମ ଉମେରୋଭଙ୍କ ସହିତ ପ୍ରସ୍ତାବ ଉପରେ ଆଲୋଚନା କରିଥିବା ନେଇ ଜଣାପଡ଼ିଛି। ଉଭୟ ଦେଶ ମଧ୍ୟରେ ରକ୍ତପାତ ବନ୍ଦ ହେଉ ଏବଂ ଯୁଦ୍ଧ ଶେଷ ହେଉ ବୋଲି ଟ୍ରମ୍ପଙ୍କର ମୂଳ ଉଦ୍ଦେଶ୍ୟ ରହିଛି। ଡିମିଟ୍ରିଭ କହିଛନ୍ତି ଯେ ଏହି ଯୋଜନା କେବଳ ୟୁକ୍ରେନ ଯୁଦ୍ଧ ନୁହେଁ ବରଂ ଆମେରିକା-ରୁଷ ସମ୍ପର୍କର ପୁନରୁଦ୍ଧାର ପାଇଁ ମଧ୍ୟ ସହାୟ ହୋଇପାରିବ। ତେବେ ଉଭୟ ୟୁରୋପୀୟ ଦେଶ ଏବଂ ୟୁକ୍ରେନକୁ ପ୍ରସ୍ତାବ ବିଷୟରେ ଅବଗତ କରାଯାଉଛି ଏବଂ ଖୁବ୍ ଶୀଘ୍ର ଏ ସବୁ କୁ ନେଇ ସମାଧାନ ମଧ୍ୟ କରାଯିବ ବୋଲି ଆମେରିକୀୟ ଅଧିକାରୀ ମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories