Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାସ୍ତ୍ରୀଜୀ ମହିଲା ମହାବିଦ୍ୟାଳୟ ୧୪ତମ ବାର୍ଷିକ ଉତ୍ସବ “ସାମ୍ଭରୀ ୨୦୨୫” ଅନୁଷ୍ଠିତ।

କଳାହାଣ୍ଡି,୨୦/୧୧
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଲା ମହାବିଦ୍ୟାଳୟ ଠାରେ ୧୪ତମ ବାର୍ଷିକ ଉତ୍ସବ “ସାମ୍ଭରୀ ୨୦୨୫” ଆୟୋଜିତ ହୋଇଯାଇଛି । ୨୦୧୧ ମସିହା ରେ ଆରମ୍ଭ ହୋଇଥିଲା ପଶ୍ଚିମ ଓଡ଼ିଶାର ପ୍ରଥମ ଘରୋଇ ଆବାସିକ ମହିଲା ମହାବିଦ୍ୟାଳୟ । ମହାବିଦ୍ୟାଳୟ ପ୍ରତି ବର୍ଷ ଝାନ୍ସି ରାଣୀ ଲକ୍ଷ୍ମିବାଇ ଙ୍କ ଜନ୍ମ ଜୟନ୍ତୀ କୁ ବାର୍ଷିକ ଉତ୍ସବ ରୂପେ ପାଳନ କରି ଆସୁଛି । ବୁଧବାର ତାର ୧୪ତମ ବାର୍ଷିକ ଉତ୍ସବ “ସାମଗ୍ରୀ” ୨୦୨୫ ଆୟୋଜିତ କରିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ସୋଭାନା ମହାନ୍ତି, ବିଶିଷ୍ଟ ଅତିଥି ଭାବରେ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ, ସମ୍ମାନିତ ଅତିଥି ଭାବରେ ମହିଳା କମିଶନ ରାଜ୍ୟ ସମ୍ପାଦକ ପ୍ରତିଭା ଶତପଥୀ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡ଼ିଶା ପଶ୍ଚିମର ପ୍ରଚାରକ ଶଙ୍କର ପଣ୍ଡା, ଆଲୁମିନି ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ପାଣିଗ୍ରାହୀ ଯୋଗଦେଇଥିଲେ । ପ୍ରଥମେ ଚତୁର୍ଦ୍ଧା ମୂର୍ତ୍ତୀ ଏବଂ ଝାନ୍ସିରାଣୀ ଲକ୍ଷ୍ମୀବାଇ ଙ୍କ ପ୍ରତି ମୁର୍ତ୍ତି ରେ ପୂଜାର୍ଚ୍ଚନା ପରେ ଆରମ୍ଭ ପରେ ଜାତୀୟ ସଂଗୀତ ଗାନ ସହ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ଆରମ୍ଭ ରେ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ରବୀନ୍ଦ୍ରନାଥ ଟେଗୋର ଙ୍କ ଲିଖିତ ଦେଶାତ୍ମବୋଧକ ଗୀତଗାନ କରାଯାଇଥିଲା ।ପରେ ଅନୁଷ୍ଠାନ ର ସଭାପତି ଜୟରାମ ସାହୁ ସ୍ବାଗତ ଭାଷଣ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷା ଙ୍କ ଦ୍ଵାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ସମସ୍ତ ଅତିଥି ନିଜ ବକ୍ତବ୍ୟ ରଖିବା ପରେ ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହେଇଥିବା ଏବଂ ମହାବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା ।ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଭିନ୍ନ ରାଜ୍ୟର ପାରମ୍ପରା ଓ ସଂସ୍କୃତି ର ବେଶଭୂଷା ରେ ନୃତ୍ୟ ରେ ସମ୍ଭାଶ୍ରୀ ମଞ୍ଚ ଦୁଲୁକି ଉଠିଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories