Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷଜମିରୁ ଶବ ଉଦ୍ଧାର, କଲମପୁର ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ।

କଳାହାଣ୍ଡି,୨୦/୧୧
ଗୁରୁବାର ଦିନ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପୋଟେସ ଗ୍ରାମର ଏକ ଚାଷ ଜମିରୁ ପୋଟେସ ଗ୍ରାମର ଅଲେଖ ନିଆଲ ନାମକ ୫୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହେଇଛି । ମୃତ ଦେହଟି ଚାଷ ଜମିରେ ହିଁ ପଡିଥିଲା । ସକାଳେ ଘରେ ଜଳ ଖିଆଖାଇ ସାରିବା ପରେ ଅଲେଖ ନିଜ ଚାଷ ଜମିକୁ ଯାଇଥିଲା । କିନ୍ତୁ ପରବର୍ତି ସମୟରେ ସେ ଆଉ ଘରକୁ ଫେରିନଥିଲା । ପରିବାର ଲୋକ ତାକୁ ଖୋଜା ଖୋଜି କରିବା ବେଳେ ଚାଷ ଜମିରେ ତାର ମୃତ ଦେହ ପଡିଥିଲା । ସମ୍ପର୍କୀୟଙ୍କୁ ଏନେଇ ଖବର ଦେବା ପରେ ଘଟଣାସ୍ଥଳରେ ପରିବାର ଲୋକ ଏବଂ ସମ୍ପର୍କୀୟମାନେ ପହଂଚିଥିଲେ । ଶବଟିକୁ ଧରି ଦେଲେ ତାର ଚମଡା ଉଠି ଯାଉଥିଲା । ତେଣୁ ପରିବାର ଲୋକ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ କରିବା ସହ କଲମପୁର ପୁଲିସ ନିକଟରେ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ପାରିପାର୍ଶ୍ଵକ ଅବସ୍ଥା ଦେଖିବା ପରେ ଶବକୁ ଜବତ କରିବା ସହ ପଂଚନାମା କରିଥିଲେ । ଏହାସହ ପରିବାର ଲୋକଙ୍କ ସହ ମୃତ ଦେହର ବ୍ୟବଚ୍ଛେଦ ପାଇଁ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ବୁଝାଇଥିଲେ । ସଂଧ୍ୟା ସାଢେ ୫ଟା ସୁଦ୍ଧା କୌଣସି ନିଷ୍ପତି ହେଇନଥିବା ବେଳେ ଘଟଣାସୁଳରେ ମୃତ ଦେହ ପଡି ରହିଛି । ଅନ୍ୟପଟେ କଲମପୁର ପୁଲିସ ଥାନା ଅଧିକାରୀ ବିଶ୍ଵମ୍ବର କହଁର, ଏସ.ଆଇ ଶିବ ଶଙ୍କର ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ମୃତ ଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡି ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ