ଭବାନୀପାଟଣା ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ର ବାର୍ଷିକୋତ୍ସବ “ହାର୍ଭେଷ୍ଟ ୨୦୨୫ ” ପାଳିତ ।
କଳାହାଣ୍ଡି,୨୩/୧୧
ଭବାନୀପାଟଣା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ବାର୍ଷିକ ଉତ୍ସବ ‘ହାର୍ଭେଷ୍ଟ ୨୦୨୫ ‘ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସୁଧୀର ରଞ୍ଜନ ପଟ୍ଟଯୋଶୀ ମାନ୍ୟବର ବିଧାୟକ ଧର୍ମଗଡ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ , ସମ୍ମାନିତ ଅତିଥି ରୂପେ ଶୁଭ୍ରାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି , ତନ୍ମୟ ଦରୁଆନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି , ବିବେକାନନ୍ଦ ମହାନନ୍ଦ ଜିଲ୍ଲା ସଂସ୍କୃତି ଅଧିକାରୀ , ମୁକ୍ତି କୁମାର କୁଲୁ ଡେପୁଟି ସୁପରିଷ୍ଟେଡେଣ୍ଟ ଅଫ ପୋଲିସ, କଳାହାଣ୍ଡି, ଡି ନାଗେଶ୍ଵର ରାଓ ଚେୟାରମ୍ୟାନ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଓଡ଼ିଶା, ଜି ଭାସ୍କର ରାଓ ଚେୟାରମ୍ୟାନ କମ୍ ମେନେଜିଂ ଡାଇରେକ୍ଟର ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ, ଡି ପ୍ରତାପ ପରିଚାଳନା ମଣ୍ଡଳୀ ସଦସ୍ୟ , ଡି ଶ୍ୟାମ ନିର୍ଦ୍ଦେଶକ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ, ଶ୍ରୀ ଡି ରାମ କୁମାର ନିର୍ଦ୍ଦେଶକ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ, ଡି ବିଜୟା ଶିକ୍ଷା ପ୍ରଭାରୀ, ଡି ପଦ୍ମିନୀ ପରିଚାଳନା ମଣ୍ଡଳୀ ସଦସ୍ୟା, ଶ୍ରୀ ପିତାମ୍ବର ଦାସ ଡିନ,ଏସ ଭି କ୍ରିଷ୍ଣା ଡିନ, ଲକ୍ଷ୍ମୀ ବିକାଶ ଗ୍ରୁପର ସମସ୍ତ ଶାଖାର ଅଧ୍ୟକ୍ଷ ,ଉପାଧ୍ୟକ୍ଷ ପ୍ରମୁଖ ମଞ୍ଚାସିନ ଥିଲେ ।
ଉକ୍ତ ଉତ୍ସବରେ କଳାହାଣ୍ଡି, ନୂଆପଡ଼ା,ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବା ସହ ଅନେକ ପ୍ରେସ ଓ ମିଡ଼ିଆ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିକ୍ଷା ପ୍ରଭାରୀ ଡି ବିଜୟା ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷଗଣ ନିଜ ନିଜ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ ।ଚେୟାରମ୍ୟାନ ଡି ନାଗେଶ୍ଵର ରାଓ ଏବଂ ନିର୍ଦ୍ଦେଶକ ଡି ଶ୍ୟାମ ବିକାଶ ଶିକ୍ଷାନୁଷ୍ଠାନ କଳାହାଣ୍ଡି ଜିଲ୍ଲାରେ କିପରି ଶିକ୍ଷାର ମୂଳଦୁଆ ପକାଇଥିଲା ଓ ଆଗାମୀ ଦିନରେ ତାର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବିକାଶ କିଭଳି ଭାବରେ କଳାହାଣ୍ଡିରେ ଶିକ୍ଷାର ପ୍ରସାର କରିଛି ତାହା ପ୍ରକାଶ କରିଥିଲେ ।ନିର୍ଦ୍ଦେଶକ ଡି ରାମ କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ । ଚଳିତ ବର୍ଷ ଥିମ୍ “ରଙ୍ଗ ଦର୍ପଣ ବା କେଲୋଡୋସ୍କୋପି ଅଫ ଓଡ଼ିଶା” ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପନ୍ଦର ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରାୟ ସାତ ହଜାରରୁ ଉର୍ଦ୍ଧ୍ଵ ଦର୍ଶକ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା।

