Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଠ ଫାଳିଆରେ ପିଟି ପିଟି ବୃଦ୍ଧ ଙ୍କୁ ହତ୍ୟା

ବାଲିଗୁଡା, ତା, ୨୩/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଯୁଗାପଦର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜୈନକ ଯୁବକ କାଠ ଫାଳିଆରେ ପିଟି ପିଟି ବୃଦ୍ଧ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି। ହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ମୃତକ ଜଣକ କଞ୍ଜାମେଣ୍ଡି ଗ୍ରାମର ଅଲେଖ ନାୟକ ହୋଇଥିବା ବେଳେ ହତ୍ୟାକାରୀ ଯୁଗାପଦର ଗ୍ରାମର ମିଥୁନ୍ ମଲ୍ଲିକ ବୋଲି ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ କ.ନୁଆଗାଁ ପୋଲିସ୍ ପହଞ୍ଚି ହତ୍ୟାକାରୀ ମିଥୁନ ମଲ୍ଲିକକୁ ନିଜ ହେପାଜତକୁ ନେଇଥିବା ବେଳେ ଶବକୁ ଜବତ କରି ବ୍ୟବଛେଦ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଭଣଜାର ମୃତ୍ୟୁ ପରେ ଶନିବାର ଅଲେଖ ଯୁଗାପଦର ସ୍ଥିତ ଭଣଜା ଘରକୁ ଯାଇଥିଲା । ବିଳମ୍ବିତ ରାତିରେ ଅଲେଖ ପରିଶ୍ରା କରିବାପାଇଁ ବାହାରକୁ ଯାଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ମିଥୁନ ଅଲେଖଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ବିଷୟ ଅଲେଖଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ