ଇସ୍ତଫା ଦେଲେ ବିଜେଡି ନେତା ଦେବାଶିଷ ସାମନ୍ତରାୟ
ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଜଣାପଡ଼ିଛି।
ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ତେବେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଏବଂ ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ନେଇ ସେ ଚିଠିରେ ଦର୍ଶାଇଛନ୍ତି । ଏହାବ୍ୟତୀତ ସେ ନୂଆପଡାରେ ବିଜେଡି ପ୍ରାର୍ଥୀ ଚୟନ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଦେବାଶିଷ ସାମନ୍ତରାୟ ଦଳର ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛନ୍ତି । ଏମିତି କି ଓ୍ୱାକଫ୍ ବିଲ ସମୟରେ ମଧ୍ୟ ଦେବାଶିଷଙ୍କୁ ନେଇ ବିଜେଡି ରାଜନୀତି ସରଗରମ ହୋଇଥିଲା । ଏହାପରେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ କାଳେ ସେ ବିଜେପିରେ ଯୋଗ ଦେଇପାରନ୍ତି। ତେବେ ଦେଖିବାକୁ ବାକି ରହିଲା ତାଙ୍କ ଗତି କୁଆଡ଼େ ଯାଉଛି।

