ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ କଡ଼ା ସୁରକ୍ଷାରେ ଭୁବନେଶ୍ବର
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ଗସ୍ତ ପାଇଁ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ସୋମବାର ରାଜ୍ୟ ରାଜଧାନୀରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ନଭେମ୍ବର ୨୭ ତାରିଖ ଦିନ ଅପରାହ୍ନ ୨.୦୦ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଏବଂ ରାଜଭବନରେ ରାତ୍ରୀଯାପନ କରିବେ। ୨୮ ତାରିଖରେ ସେ ଓଡ଼ିଶା ବିଧାନସଭାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ବରରେ ୨୫ ପ୍ଲାଟୁନ୍ ଫୋର୍ସ, ୩ ଏସ୍ଟିୟୁ, ଡଗ୍ ସ୍କାଡ୍, ବୋମା ନିଷ୍କ୍ରିୟକାରୀ ଟିମ୍ ନିୟୋଜନ କରାଯାଇଛି। ୫ ଜଣ ଡିସିପିଙ୍କ ନେତୃତ୍ବରେ ୬ ଜଣ ଆଡିସନାଲ୍ ଡିସିପି, ୨୩ଜଣ ଏସିପି, ୩୧ ଜଣ ଇନ୍ସପେକ୍ଟର, ୧୩୧ଜଣ ଏସ୍ଆଇ/ ଏଏସ୍ଆଇ , ୧୮୫ ଜଣ ଏପିଆର୍ କନେଷ୍ଟବଳ, ୭୫ ଜଣ ମହିଳା କନେଷ୍ଟବଳ, ୧୫୦ ଜଣ ଟ୍ରାଫିକ୍ କର୍ମଚାରୀ ରାଜଧାନୀ ଉପରେ ପୂରା ନଜର ରଖିବେ। ସେହିପରି ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାର ପୂର୍ଣ୍ଣ ଅଭ୍ୟାସ ନଭେମ୍ବର ୨୬ ତାରିଖରେ ହେବ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।

