ହାତଗଣ୍ଠି ପଡୁ ପଡୁ ଅଟକିଲା ବାହାଘର; ଅନିର୍ଦ୍ଧିଷ୍ଟ କାଳ ପାଇଁ ଅଟକିଲା ବିବାହ
ମୁମ୍ବାଇ;୨୫|୧୧: ହାତଗଣ୍ଠି ପଡୁ ପଡୁ ଅଟକିଲା ବାହାଘର | ବହୁ ଚର୍ଚ୍ଚିତ ନ୍ୟାଶନାଲ ଇଣ୍ଡିୟାନ୍ ଓେମନ୍ କ୍ରିକେଟ ଟିମର ଭାଇସ କ୍ୟାପଟେନ୍ ସ୍ମୃତି ମନ୍ଧନା ତାଙ୍କ ଲଙ୍ଗ ଟାଇମ ବୟଫ୍ରେଣ୍ଡ ପଲାଶ ମୁଚ୍ଚାଲଙ୍କ ସହ ମ୍ୟାରେଜ କରିଥାଆନ୍ତେ | କିନ୍ତୁ ଅଚନାକ ବନ୍ଦ ହେଲା ବିବାହ। ସ୍ମୃତି ମନ୍ଧାନାଙ୍କ ବାପାଙ୍କ ହଠାତ ଦେହ ଖରାପ ହୋଇଥିବାରୁ ସ୍ଥଗିତ ରହିଲା ବାହାଘର। ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ସ୍ମୃତିଙ୍କ ବାପା ଶ୍ରୀନିବାସ ମନ୍ଧନାଙ୍କ ହାର୍ଟ ଆଟାକ୍ ହେବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା |
ବାହାଘରର ସମସ୍ତ ପ୍ରସ୍ତୁତି ସରିଯାଇଥିଲା। ଧୁମଧାମରେ ପ୍ରି ମ୍ୟାରେଜ ସେରିମନିରେ ସ୍ମୃତି ଏବଂ ପଲାଶ ଉଭୟ ଖୁସିରେ ଥିଲେ। ନଭେମ୍ବର ୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ଏହି ଯୋଡି। ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ସାମଦୋଳସ୍ଥିତ ମନ୍ଧନା ଫାର୍ମ ହାସରେ ବିବାହ ଉତ୍ସବ ଚାଲୁଥିବା ବେଳେ ହଠାତ ମନ୍ଧନା ଙ୍କ ବାପାଙ୍କ ଦେହ ଖରାପ ହେବାରୁ ତାଙ୍କୁ ହସପିଟାଲ ନେବାକୁ ପଡିଲା।
ବାହାଘର ସକାଳୁ ଶ୍ରୀନିବାସ ମନ୍ଧନା ଜଳଖିଆ ଖାଇ ସାରିବା ପରେ ସାମାନ୍ୟ ଅସୁସ୍ଥ ଅନୁଭବ କଲେ। ଘର ଲୋକ ଭାବିଲେ କିଛି ସମୟ ପରେ ଠିକ ହୋଇଯିବେ| କିନ୍ତୁ ଅବସ୍ଥାରେ କୌଣସି ସୁଧାର ଆସିନଥିଲା ବରଂ ଏହାର ବିପରୀତ କ୍ରମେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲକୁ ନେବାକୁ ପଡିଲା। ବର୍ତ୍ତମାନ ସ୍ମୃତିଙ୍କ ବାପା ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ସ୍ମୃତି ଓ ସିଙ୍ଗର ପଲାଶ ଉଭୟ ବାହାଘର ତାରିଖକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଲେ।
ପଲାଶ ମୁଚ୍ଛଲ ଏବଂ ସ୍ମୃତିଙ୍କ ପ୍ରେମ ସମ୍ପର୍କ ୨୦୧୯ରୁ ଆରମ୍ଭ ହୋଇଥିଲା। ସ୍ମୃତି ବିଶ୍ବକପ୍ ଜିତିବା ପରେ ଦୁହେଁ ମ୍ୟାରେଜ କରିବା ପାଇଁ ଚାହିଁଥିଲେ। କିନ୍ତୁ ସ୍ମୃତି କେବେ ପଲାଶଙ୍କ ଦୁଲହନ ବନିବେ ତାହା ଏପଯ୍ୟନ୍ତ ଠିକ ହୋଇନାହିଁ। ତାହା ଅନିର୍ଦ୍ଧିଷ୍ଟ କଲା ପର୍ଯ୍ୟନ୍ତ ସ୍ଥଗିତ ରହିବ | ବାକି ଶୁଣିବାକୁ ମିଳୁଛି ଯେ ସ୍ମୃତିଙ୍କ ବାପା ଶ୍ରୀନିବାସ ମନ୍ଧନା ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଏହି ବାହାଘର ଏମିତି ଅଟକି ରହିବ | ତାଙ୍କର ଦେହ ସୁସ୍ଥ ହୋଇସାରିବା ପରେ ଶୁଭ ମୁହୁର୍ତ୍ତରେ ଘର ଲୋକଙ୍କ ଆଶୀର୍ବାଦରେ ସ୍ମୃତି ଆଉ ପଲାଶ ମ୍ୟାରେଜ କରିବେ।

