ଟିମ ଇଣ୍ଡିଆର ଲଜ୍ଜା ଜଣକ ପ୍ରଦର୍ଶନ ; ଗୌତମ ଗମ୍ଭୀରଙ୍କୁ ଘେରିଲେ ସମାଲୋଚକ
ନୂଆଦିଲ୍ଲୀ ;୨୬|୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆରେ ପୁଣି ଲଜ୍ଜା ଜନକ ପ୍ରଦର୍ଶନ | ଏହାର ଫଳାଫଳ ପାଇଁ ସିଧା ସଳଖ ଦୋଷ କୋଚ ଗୌତମ ଗମ୍ଭୀରଙ୍କୁ ଦିଆଯାଉଛି | କ୍ରିକେଟ ବିଶେଷଜ୍ଞଙ୍କ କହିବା ଅନୁୟାଯୀ , ଟିମ୍ ଇଣ୍ଡିଆର ଲଗାତାର ବ୍ୟାଟିଂ କ୍ରମରେ ପରିବର୍ତ୍ତନ, ଅନିୟନ୍ତ୍ରିତ ରୋଟେସନ୍ ଏବଂ ପିଚ୍-ଆଧାରିତ ରଣନୀତି ପ୍ରଶଂସକମାନଙ୍କୁ କ୍ରୋଧିତ କରିଛି। ସମାଲୋଚକମାନେ ଅଭିଯୋଗ କରି କହିଛନ୍ତି ଯେ ଗମ୍ଭୀର ଖେଳାଳିମାନଙ୍କୁ ସେମାନଙ୍କର ସଠିକ୍ ବ୍ୟାଟିଂ ପୋଜିସନରେ ସ୍ଥିର ହେବାକୁ ଦେଉ ନାହାନ୍ତି।
ବାରସାପାରା ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ହୋଇଥିଲା | ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୮୯ ରନର ବିଶାଳ ସ୍କୋର ପିଛା କରିବାର ଥିଲା। କିନ୍ତୁ ମାତ୍ର ୨୦୧ ରନରେ ଅଲଆଉଟ ହୋଇଯାଇଥିଲା ଭାରତୀୟ କ୍ରିକେଟ ଟିମ।
ଏହି ମ୍ୟାଚରେ କେବଳ ଯଶସ୍ୱୀ ଜୟସ୍ୱାଲ ୫୮ ଏବଂ ୱାଶିଂଟନ ସୁନ୍ଦରଙ୍କ ୪୮ ରନ ଛଡ଼ା ଅନ୍ୟ ଭାରତୀୟ ବ୍ୟାଟସମ୍ୟାନମାନେ ଅଧିକ ସମୟ କ୍ରିଜରେ ରହିପାରିଲେ ନାହିଁ। ତେବେ ଏସବୁ ପାଇଁ ସମାଲୋଚକମାନେ ଗମ୍ଭୀରଙ୍କ କୋଚିଂକୁ ଦାୟୀ କରିଛନ୍ତି । କାରଣ ଗମ୍ଭୀର ବ୍ୟାଟସମ୍ୟାନମାନଙ୍କୁ ସଠିକ କ୍ରମରେ ବ୍ୟାଟିଂ କରିବାକୁ ଦେଉନାହାନ୍ତି। ଆଉ ମନଇଚ୍ଛା କ୍ରମରେ ବ୍ୟାଟିଂ ପାଇଁ ପଠାଉଛନ୍ତି। ଯେଉଁଥି ପାଇଁ ଏ ସ୍ଥିତି ଉପୁଜୁଥିବା ଅଭିଯୋଗ କରୁଛନ୍ତି ଫ୍ୟାନ୍ ।
ଏହା ପୂର୍ବରୁ ଗମ୍ଭୀରଙ୍କ କାର୍ଯ୍ୟକାଳ ସମୟରେ ଭାରତ ଏହି ମ୍ୟାଚ୍ ପୂର୍ବରୁ ୧୮ଟି ଟେଷ୍ଟ ଖେଳିଛି, ୭ଟି ଜିତିଛି, ୯ଟି ହାରିଛି ଏବଂ ଦୁଇଟି ଡ୍ର କରିଛି। ଆଉ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖରାପ ପରିସ୍ଥିତି ଭାରତକୁ ଆଉ ଏକ ପରାଜୟ ଆଡକୁ ଠେଲି ଦେଉଛି। ସେପଟେ ପ୍ରଥମ ଟେଷ୍ଟରେ ପରାଜୟ ଏବଂ ଦ୍ୱିତୀୟ ଟେଷ୍ଟରେ ଖରାପ ପ୍ରଦର୍ଶନ ସହିତ, ୨୦୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କରିବାର ଭାରତର ଆଶା କ୍ଷୀଣ ହେଉଥିବା ପରି ମନେ ହେଉଛି। ତେବେ ଆଗକୁ ଏପରି ସ୍ଥିତି ଜାରି ରହିଲେ ଭାରତୀୟ ଟେଷ୍ଟ ଦଳ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବ। ଯାହାକୁ ନେଇ ଏବେଠୁ ମାନସମନ୍ଥନ କରିବାର ଆବଶ୍ୟକତା ରହିଛି ।

