Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖୋଜ ଯୁବକ ଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଦେକେତା ଗାଁ ନିକଟସ୍ଥ ଏକ ଜଙ୍ଗଲରୁ ନିଖୋଜ ଯୁବକ ଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ବାଲିଗୁଡା ପୋଲିସ l ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲ କୁ ମୃତଦେହକୁ ଅଣାଯାଇଛି l ଗଳିତ ମୃତ ଦେହ ଠାବ ପରେ ପାରିପାର୍ଷିକ ସ୍ଥିତି କୁ ନେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି l ତେବେ ଉଦ୍ଧାର ହୋଇଥିବା ଯୁବକ ଙ୍କୁ ହତ୍ୟା କରାଯାଇଛି ନା ସ୍ୱାଭାବିକ ମୃତ୍ୟୁ ହୋଇଛି ସେ ନେଇ ତଦନ୍ତ ଜାରୀ ରହିଥିବା ବିଷୟ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି l ଉଦ୍ଧାର ହୋଇଥିବା ମୃତ ଯୁବକ ଜଣକ ହେଲେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ ଡିଲୁ ନିଜ ମାମୁଁ ପୁଅ ଭାଇ ସହ ମେ ୧୨ତାରିଖ ଦିନ ବାଲିଗୁଡ଼ା ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲା। ପ୍ରଥମ ଦିନ ଯାତ୍ରା ଦେଖିବା ପରେ ପର ଦିନ ମଧ୍ୟ ଯାତ୍ରା ଦେଖିବାକୁ ଦୁଇ ଜଣ ଭାଇ ସନ୍ଧ୍ୟା ୪ଟା ସମୟ ରେ ବାହାରିଥିଲେ କିନ୍ତୁ ସନ୍ଧ୍ୟା ୬ଟା ବେଳେ ହଠାତ ଡ଼ିଲୁ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ସମ୍ମୁଖରୁ ନୂଆସାହି ଆଡ଼କୁ ଦୌଡ଼ି ପଳାଇଥିଲେ। ସେହିଦିନ ଠାରୁ ଭବାନୀ ନିଖୋଜ ପରେ ପରିବାର ଲୋକ ବହୁ ଖୋଜାଖୋଜି ପରେ ସନ୍ଧାନ ନ ମିଳିବାରୁ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଏତଲାକୁ ଭିର୍ତ୍ତି କରି ବାଲିଗୁଡା ପୋଲିସ ତଦନ୍ତ ଅବ୍ୟାହତ ରଖି ମୃତଦେହ କୁ ବାଦେକେତା ଗାଁ ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ