ଆମପାଣି ଘାଟି ରେ ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା, ଡ୍ରାଇଭର ମୃତ,ପୋଲିସ ର ତଦନ୍ତ ଜାରି।
କଳାହାଣ୍ଡି,୨୭/୧୧
ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ର ଏକ ବୁଲାଣି ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ଟ୍ରକ ଟି ଘାଟି ର ୨୦ ଫୁଟ ତଳେ ପଡିଥିବା ବେଳେ ଟ୍ରକ ରେ ଥିବା ଡ୍ରାଇଭର ସତ୍ୟ ପଟେଲ(୪୨) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଆମପାଣି ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଟ୍ରକ ରେ ଥିବା ମୃତ ଡ୍ରାଇଭର ର ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଶବ ବାହକ ଗାଡି ନଥିବାରୁ ଏକ ୪୦୭ ମିନି ଟ୍ରକ ରେ କୋକସରା ଡାକ୍ତରଖାନା କୁ ପଠାଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଠାରୁ ମିଳିଥିବା ସୂଚନା ମତେ ନବରଙ୍ଗପୁର ଜିଲ୍ଲା ମୈଦାଲପୁର ରୁ ମକା ବୋଝେଇ ଟ୍ରକ ଲଡୁଗାଁ ର ଏକ ମିଲ କୁ ନେଇ ଯାଉଥିବା ବେଳେ ଆମପାଣି ଘାଟି ରେ ୪୦୭ ମିନି ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସତ୍ୟ ପଟେଲ ଙ୍କ ମୃତ୍ୟୁ ହୋଇଥିଲା। ମୃତ ଡ୍ରାଇଭର ଙ୍କ ଘର ଧର୍ମଗଡ଼ ବ୍ଲକ ରଙ୍କା ବାହଲି ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରୁ ଶବ ଜବତ କରି କୋକସରା ଡାକ୍ତରଖାନା କୁ ନେଇଥିବା ବେଳେ ପରିବାର ଲୋକେ ଆସି ପୋଲିସ କାହିଁକି ପରିବାର ଙ୍କ ବିନା ଉପସ୍ଥିତି ରେ ଦୁର୍ଘଟଣା ରେ ମୃତ ଡ୍ରାଇଭର ଶବ କୁ ମାଲିକ ଙ୍କ ୪୦୭ ରେ କୋକସରା ଡାକ୍ତରଖାନା କୁ ପଠାଇଛି ବୋଳି ଅଭିଯୋଗ କରି ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ କରିଛନ୍ତି। ତେବେ ଡାକ୍ତରଖାନା ପରିସରରେ ଶବ ଗାଡି ଉପରେ ରହିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକ ଙ୍କ ପରିଜନ ମାନେ ଡାକ୍ତରଖାନା ପରିସରରେ ପୋଲିସ ର ଦାୟିତ୍ୱ ହୀନତା କୁ ନେଇ ଉତ୍ତେଜିତ ହୋଇ ରହିଛନ୍ତି।

