Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଜା ବୁଟରେ କ୍ୟାନସର! ଜେପି ନଡ୍ଡାଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ,୨୭|୧୧: ଭଜା ବୁଟ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ! ନିୟମିତ ଭାବେ ଭଜା ବୁଟକୁ ଗ୍ରହଣ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ଆଣିପାରେ | ତେବେ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେଉଁ ବୁଟ ଭଜାକୁ ଆପଣ ମାନେ ନିଜର ଦୈନଦିନ ଜୀବନରେ ଗ୍ରହଣ କରୁଛନ୍ତି ସେହି ଅଭ୍ୟାସ ଜୀବନରେ ଏକ ବଡ ବିପଦ ଆଣିପାରେ | ଭଜା ବୁଟରେ କ୍ୟାନ୍ସର! ଆପଣ ଯଦି ଏହାକୁ ବ୍ୟବହାର କରୁଥାନ୍ତି ତେବେ ସତର୍କ ହୋଇ ଯାଆନ୍ତୁ | ଛୋଟ ହେଉ କି ବଡ ପ୍ରାୟ ସମସ୍ତ ବୟସ୍କର ଲୋକମାନେ ଏହି ଖାଦ୍ୟକୁ ବେଶ ପସନ୍ଦ କରିଥାନ୍ତି | ସେ ଅଫିସ ହେଉ କି ଘର ସବୁଠି ଗହଳିର ଆସର ଭିତରେ ଏହି ବୁଟ ଭଜାକୁ ଖୋଜା ଯାଇଥାଏ |

ତେବେ ଏହି ଭଜା ବୁଟ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି | କାରଣ ଏଥିରେ ଅଛି କ୍ୟାନସର ତତ୍ତ୍ୱ । ସ୍ୱାସ୍ଥ୍ୟ ଚେତାବନୀ ପରେ ବଢିଛି ଚିନ୍ତା । ବ୍ୟାପିବାରେ ଲାଗିଛି ଭୟଙ୍କର ଗବେଷଣା । ତେବେ ଏନେଇ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ । ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଦର୍ଶାଇଛନ୍ତି ଯେ, ଭଜା ଚଣା ଓ ଅନ୍ୟ ଖାଦ୍ୟପାନୀୟ ପ୍ରସ୍ତୁତିରେ ଅରାମାଇନ ଭଳି ହାନିକାରକ କେମିକାଲକୁ ବେଆଇନ ଭାବେ ମିଶାଯାଉଛି ଯାହା କ୍ୟାନ୍ସର ଭଳି ରୋଗ ସୃଷ୍ଟି କରିପାରେ |

ଅରାମାଇନକୁ କପଡ଼ା, ଚମଡ଼ା ରଙ୍ଗ କରିବାରେ ବ୍ୟବହାର କରାଯାଏ । କିନ୍ତୁ କିଛି ଲୋକ ତାହାକୁ ଖାଦ୍ୟ ପଦାର୍ଥରେ ମିଶାଉଛନ୍ତି । ଏଥିଯୋଗୁ କୋଟି କୋଟି ଲୋକଙ୍କ ଜୀବନ ବିପଦରେ ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଅରାମାଇନକୁ ବିପଜ୍ଜନକ ପଦାର୍ଥ ମାନିଛି । ତେଣୁ ଏ ଦିଗରେ କେନ୍ଦ୍ର ସରକାର କଠୋର ପଦକ୍ଷେପ ନିଅନ୍ତୁ ବୋଲି ପ୍ରିୟଙ୍କା ଅପିଲ କରିଛନ୍ତି । ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି ମଧ୍ୟ କରିଛନ୍ତି ।

ପ୍ରିୟଙ୍କା ଚତୁର୍ବେଦୀଙ୍କ କହିବା ଅନୁସାରେ, ଜଣେ ଯୁବକ ଏହି ଭିଡିଓ କରି ମାର୍କେଟରେ ମିଳୁଥିବା ଖୋଲା ଭଜା ବୁଟର ପ୍ରସ୍ତୁତିକୁ ଦେଖାଇଛନ୍ତି । ସେ ବିନା ଅପମିଶ୍ରଣରେ ହୋଇଥିବା ବୁଟ ଭଜା ଏବଂ ହାନିକାରକ ମିଶାଯାଇଥିବା ବୁଟକୁ ଦେଖାଇ ସେଥିରେ ଥିବା ପ୍ରାର୍ଥକ୍ୟକୁ ସମ୍ମୁଖକୁ ଆଣିଛନ୍ତି । ମାର୍କେଟରେ ବୁଟକୁ ସାମାନ୍ୟ ହଳଦିଆ ଦେଖାଇବା ଲାଗି ସେଥିରେ ଅରାମାଇନ୍ ନାମକ କେମିକାଲ ମିଶାଯାଉଛି । ଏହି କେମିକାଲ ହଳଦୀର ରଙ୍ଗ ଭଳି ଦେଖାଯାଉଛି । ବୁଟ ଭଜା ଯିବା ପରେ ସେଥିରେ ଅରାମାଇନ୍ ଗୁଣ୍ଡକୁ ପାଣିରେ ମିଶାଇ ହଳଦୀ ପାଣି ପରି ବୁଟରେ ଢଳା ଯାଉଛି ।

ଏହା ଦ୍ୱାରା ବୁଟ ବା ଚଣା ସତେଜ ଦେଖାଯାଉଛି । କିନ୍ତୁ ବିନା କେମିକାଲରେ ଭଜା ଯାଇଥିବା ବୁଟ ତାହାଠାରୁ ଭିନ୍ନ ଦେଖାଯାଉଥିବା ଯୁବକ ଜଣକ ଭିଡିଓରେ ଦେଖାଇଛନ୍ତି । କେମିକାଲ ମିଶ୍ରିତ ବୁଟ ଭଜାକୁ ଦୀର୍ଘ ଦିନ ଧରି ଖାଦ୍ୟାଭ୍ୟାସରେ ସାମିଲ କରିବା ଦ୍ୱାରା କ୍ୟାନ୍ସର ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସେ ତାଙ୍କ ଭିଡିଓ ମାଧ୍ୟମରେ ଚେତାଇଛନ୍ତି ।

ଏହାକୁ ଖାଦ୍ୟ ଭାବରେ ବ୍ୟବହାର କରିବା ଦ୍ୱାରା ଶରୀରର ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡିକ ଉପରେ କୁ ପ୍ରଭାବ ପଡିଥାଏ | ଶରୀରରେ ଯକୃତ, ବୃକକ୍ ଏବଂ ମୂତ୍ରାଶୟରେ କର୍କଟ ରୋଗର ବିପଦ ବୃଦ୍ଧି ପାଇବାର ବେଶୀ ଆଶଂକା ରହିଥାଏ | ଏହା ସ୍ନାୟୁତନ୍ତ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ଭାରତରେ, ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, ୨୦୦୬ ଅନୁଯାୟୀ ଖାଦ୍ୟରେ ଶିଳ୍ପ ରଙ୍ଗର ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ। ଏହା ସତ୍ତ୍ୱେ ସଠିକ ତଦାରଖ ଅଭାବରୁ ଅବୈଧ ବାଣିଜ୍ୟ ଏବେ ସୁଦ୍ଧା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ